fbpx

କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ୍ , ୨ ଦିନ ତଳେ କରାଇଥିଲେ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍କ୍ରବ ଟାଇଫସ୍ ଆତଙ୍କ ଖେଳାଇ ଦେଇଛି । ଏହି କ୍ରମରେ କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ।

ଗତ ୨ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୂନା ପରୀକ୍ଷା କରାଇଥିଲେ ଓ ପରୀକ୍ଷଣ ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏବେ ତାଙ୍କର ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ, ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହିପରି ଭାବରେ ଟାଇଫସ ରୋଗର ପଜିଟିଭ ସଂଖ୍ୟା ୩୦୮ରେ ପହଞ୍ଚିଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୩୨୮ ହୋଇଯାଇଛି ।

Get real time updates directly on you device, subscribe now.