ଉତ୍ତରପ୍ରଦେଶ: ଗହଣା ସାଜିଲା କାଳ। ସେକ୍ସ ଓ୍ୱାର୍କରଙ୍କୁ ଅତି ନିର୍ମମ ଭାବେ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା ପରେ ବସ୍ତାରେ ପୁରାଇ ଯୁବତୀଙ୍କ ଶବକୁ ସ୍କୁଟିରେ ନେଇ ଚାଲିଗଲା ଅଭିଯୁକ୍ତ।
ହଁ ଆଜ୍ଞା ଘଟଣାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। କାରଣ ଏହି ହତ୍ୟାକାଣ୍ଡ ଜଣେ ସେକ୍ସ ଓ୍ୱାର୍କରଙ୍କର। ଆଉ ତାହା ପୁଣି ସୁନା ରୂପା ଗହଣା ପାଇଁ।
ନାଳରେ ପଡିଛି ମୃତଦେହ: ଉତ୍ତରପ୍ରଦେଶର ଗାଜିଆବାଦରୁ ଜୁଲାଇ ୨୮ ତାରିଖରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ ଗାଜିଆବାଦ ପୋଲିସ ରାଜପଥର ଏକ ନାଳରୁ ବସ୍ତା ଭର୍ତ୍ତି ଜଣେ ମହିଳାଙ୍କ ମୃତଦେହ ପାଇଥିଲା।
ମହିଳାଙ୍କ ମୃତଦେହ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହ କିଛି ସମୟ ମଧ୍ୟରେ ପୋଲିସ ଅଭିଯୁକ୍ତ ପାଖରେ ମଧ୍ୟ ପହଞ୍ଚି ଯାଇଥିଲା।
ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା କି ମହିଳା ଜଣକ କିଏ? ତାଙ୍କୁ କାହିଁକି ହତ୍ୟା କରାଗଲା, କିପରି ଓ କେବେ ହତ୍ୟା କରାଯାଇଥିଲା। ଆଉ କିଏ ହତ୍ୟା କରିଥିଲା। ଏମିତି ଅନେକ କିଛି।
ସେକ୍ସ ଓ୍ୱାର୍କରଙ୍କୁ ହତ୍ୟା: ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ପୋଲିସ ଡ୍ରେନରୁ ଯେଉଁ ମୃତଦେହ ପାଇଥିଲା ତାଙ୍କ ନାମ ଥିଲା ପୂଜା ଶର୍ମା ଏବଂ ପେସାରେ ସେ ଥିଲେ ଜଣେ ସେକ୍ସ ଓ୍ୱାର୍କର।
ପୂଜାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ନଜର ମହମ୍ମଦ। ଯିଏକି ପୂଜାକୁ ବହୁ ବର୍ଷ ହେବ ଜାଣିଥିଲା। ତେବେ ଘଠଣା ହେଉଛି କି ଜୁଲାଇ ୨୬ ତାରିଖରେ ପୂଜା ତାଙ୍କ ବନ୍ଧୁ ନଜରଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲା।
ହେଲେ ପୂଜା ଜାଣି ନଥିଲା ସେ ତାଙ୍କର ସେହି ବନ୍ଧୁ ହି ତାଙ୍କୁ ହତ୍ୟାକାରୀ ସାଜିବ ବୋଲି। ପ୍ରଥମେ ନଜର ପୂଜାକୁ ମଦ ପିଇବାକୁ ଦେଇଥିଲା। ଏବଂ ତାପରେ ପୂଜାର ମୁଣ୍ଡକୁ ଏକ ଇଟାରେ ଆକ୍ରମଣ କରିଥିଲା।
ବସ୍ତାରେ ଭର୍ତ୍ତି କରି ମୃତଦେହ ନେଇଗଲା: ଆଉ ନଜରର ଆକ୍ରମଣରେ ପୂଜାର ମୃତ୍ୟୁ ହେଲା। ଆଉ ମୃତଦେହ ଲୁଚାଇବା ପାଇଁ ନଜର ଏକ ବସ୍ତାରେ ଶବକୁ ଭର୍ତ୍ତି କଲା। ପରେ ବିଳମ୍ୱିତ ରାତିରେ ଶବ ଭର୍ତ୍ତି ବସ୍ତାକୁ ସ୍କୁଟିରେ ନେଇ ଡ୍ରେନରେ ଫୋପାଡି ଦେଲା।
ଗହଣା ପାଇଁ ହତ୍ୟା: ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି ଜଣେ ସେକ୍ସ ଓ୍ୱାର୍କରୁ କାହିଁକି କିଏ ହତ୍ୟା କରିବ। ତେବେ ପ୍ରକୃତ ଘଟଣା ହେଉଛି ଯେତେବେଳେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିଥିଲା ସେତେବେଲେ ସେ ସବୁ ସତ ମାନିଯାଇଥିଲା।
ଅଭିଯୁକ୍ତର କହିବା କଥା ସେ ପୂଜାକୁ ମାରିବାକୁ ଚାହୁଁନଥିଲା। କାରଣ ସେ ତାର ପୁରୁଣା ବନ୍ଧୁ ଥିଲା। ହେଲେ ସେ ଯେତେବେଳେ ତାଙ୍କୁ ଭେଟିବାକୁ ଆସିଥିଲା ଅନେକ ସୁନା ଏବଂ ରୁପା ଗହଣା ପିନ୍ଧିଥିଲା।
ତେଣୁ ଗହଣା ପ୍ରତି ନଜରର ଲୋଭ ଆସିଯାଇଥିଲା। ଆଉ ଗହଣା ଲୋଭରେ ପୂଜାର ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇଥିବା କହିଛି ନଜର।
ସେ ଭାବିଥିଲା ପୂଜାର କେହି ଘର ଲୋକ ତା ସମ୍ପର୍କରେ ନାହାନ୍ତି। ଆଉ ସେ ଯଦି ପୂଜାକୁ ହତ୍ୟା କରେ ତାହାଲେ ତା ଘର ଲୋକ ତାକୁ ଖୋଜିବାକୁ ଆସିବେନି କି ନଜର ହତ୍ୟାକାରୀ ବୋଲି କେହି ଜାଣିପାରିବେନି।
ପରେ ପୋଲିସ ଅଭିଯୁକ୍ତ ନଜରକୁ ଗିରଫ କରିବା ସହ ପୂଜାର ଅଳଙ୍କାର ମଧ୍ୟ ଜବତ କରିଛି। ତେଣୁ ନଜର କହିଥିବା କଥା ସତ ବୋଲି ପ୍ରମାଣିତ ହୋଇଛି।