ଏହି ମାସ ୨୪ ତାରିଖରେ ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏତିକି ମହିଳା ପାଇବେ ୧୦ ହଜାର, ଜାଣନ୍ତୁ
ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା ମିଳିବ ୨୪ ତାରିଖରେ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର। ଅପ୍ରେଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏହି ଦିନ ଷଷ୍ଠ ପର୍ଯ୍ୟୟର ଟଙ୍କା। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ଟଙ୍କା।
ସେ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ୧ ଲକ୍ଷ ୭୦ ହଜାର ପାଇବେ ୨ଟି କିସ୍ତିର ଟଙ୍କା। ଅର୍ଥାତ ଦୁଇଟି କିସ୍ତିର ଟଙ୍କା ୫-୫ ହଜାର୧୦ ହଜାର ଟଙ୍କା ପାଇବେ ଏହି ମହିଳା।