fbpx

(Video)ଦେଖୁ ଦେଖୁ ପୁରା ସବୁଜ ପାଲଟିଗଲା ଆକାଶ , ଦୁବାଇରୁ ଆସିଲା ମନରେ ଭୟ ସୃଷ୍ଟି କରୁଥିବା ଭିଡିଓ

ନୂଆଦିଲ୍ଲୀ: ଦୁବାଇରେ ଆସିଥିବା ଭୟଙ୍କର ତୋଫାନ ଓ ବନ୍ୟାରେ ସେଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ମଧ୍ୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ମନରେ ଭୟ ସଞ୍ଚାର କରୁଛି । ବିଶ୍ୱର ସବୁଠାରୁ ଧନୀ ଓ ଭଲ ସହର ଭାବରେ ପରିଚିତ ଦୁବାଇ ଭୀଷଣ ବର୍ଷାରେ ପୁରା ଜଳମୟ ହୋଇଉଠିଛି ଲାଗୁଛି ଯେପରି ସେଠାରେ ବନ୍ୟା ବୀଭିଷିକା ପ୍ରଳୟ ରଚିଛି । ବର୍ଷା ଏତେ ଭୀଷଣ ଥିଲା ଯେ, ପୁରା ବିମାନ ବନ୍ଦର ଜଳମୟ ହୋଇଯାଇଥିଲା । ଫଳରେ ବିମାନ ବନ୍ଦରରେ କିଛି ସମୟ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଏହାରି ମଧ୍ୟରେ ଏବେ ଦୁବାଇରୁ କିଛି ଭୟାନକ ଓ ବିସ୍ମୟଜନକ ଚିତ୍ର ସାମ୍ନାକୁ ଆସୁଛି ।

ନିକଟରେ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଦୁବାଇର ଜଳବାୟୁ ଏତେ ଦ୍ରୁତ ଗତିରେ ବଦଳିଗଲା କି ଦେଖୁ ଦେଖୁ ଏହାର ଆକାଶ ପୁରା ସବୁଜ ହୋଇଯାଇଥିଲା । ଏହି ପୋଷ୍ଟକୁ ଗୋଟିଏ ଦିନ ତଳେ ସେୟାର କରାଯାଇଥିଲା । ସେବେଠାରୁ ଏହି ଭିଡିଓକୁ ୧.୪ ଲକ୍ଷରୁ ଅଧିକ ଥର ଦେଖାଗଲାଣି । ଲୋକମାନେ ଏପରି ଆଶ୍ଚର୍ଯ୍ୟଜନକ ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ଏ ସଂପର୍କରେ ବୈଜ୍ଞାନିକ କହିଛନ୍ତି ଯେତେବେଳେ ବାୟୁମଣ୍ଡଳରେ ବିଛାଡି ହୋଇପଡିଥିବା ଲାଲ୍ ଆଲୋକ ବାଦଲରେ ନୀଳ ପାଣି କିମ୍ବା ବରଫ ବୁନ୍ଦାକୁ ଆଲୋକିତ କରିଥାଏ ସେତେବେଳେ ଏହା ସବୁଜ ରଙ୍ଗ ଦେଖାଯାଇଥାଏ ।

Get real time updates directly on you device, subscribe now.