fbpx

କଂଗ୍ରେସକର୍ମୀଙ୍କ ମୁହଁରୁ ବାହାରିଲା ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଝାରଖଣ୍ଡ ବୋକାରୋରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ । ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଏହି ସ୍ଲୋଗାନକୁ କେହି ବିରୋଧ ମଧ୍ୟ କରିନଥିଲେ । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାସହ ବିଜେପି ମଧ୍ୟ ଏହି ମାମଲର ସୁଯୋଗ ଉଠାଇଛି ।

ସୂଚନା ଅନୁଯାୟୀ, କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ଉମେଶ ଗୁପ୍ତାଙ୍କ ନେତୃତ୍ୱରେ ବିଜେପି ବିରୋଧରେ ଏକ ମଶାଲ ଜଳାଯାଇ ସ୍ଲୋଗାନ ଦିଆଯାଉଥିଲା । ସେଥିରେ ବିଜେପି ହାୟ ହାୟ କୁହାଯାଉଥିବା ବେଳେ କଂଗ୍ରେସ କର୍ମୀ ତାହାରି ମଧ୍ୟରେ ସୋନିଆ ହାୟ ହାୟ ସ୍ଲୋଗାନ ଆରମ୍ଭ କରିଦେଇଥିଲେ । ଏହାରି ମଧ୍ୟରେ ଉପସ୍ଥିତ ଥିବା କୌଣସି କର୍ମୀ ଏହାର ପ୍ରତିବାଦ କରି ନାହାନ୍ତି ।

ଭାଇରାଲ ଭିଡିଓକୁ ନେଇ ବିଜେପି ଜିଲ୍ଲା ଅଧ୍ୟକ୍ଷ ଭରତ ଯାଦବ ଏହାର ସୁଯୋଗ ନେଇ କହିଛନ୍ତି ଯେ, କଂଗ୍ରେସ କର୍ମୀ ବିଜେପି ବିରୋଧ କରି କରି ନିଜ ଦଳର ନେତାଙ୍କ ବିରୋଧ କରିବାକୁ ଲାଗିଛି । ସେ କେଉଁ ବ୍ୟକ୍ତିର ବିରୋଧ କରୁଛନ୍ତି, କେଉଁ କାମ ପାଇଁ କରୁଛନ୍ତି, ତାଙ୍କୁ ଏଥିରେ କିଛି ଫରକ ପଡୁନି । ସେମାନଙ୍କୁ କେବଳ ବିରୋଧ କରିବାର ଅଛି ବୋଲି ଭରତ ଯାଦବ କହିଛନ୍ତି ।

Get real time updates directly on you device, subscribe now.