ନାଗ-ନାଗୁଣୀଙ୍କ ଖେଳ କରୁଥିଲା ବାପା, ତାରି କୁନି ପୁଅ ଦେହରେ ଗୁଡ଼େଇ ହୋଇ ଦଂଶି ଚାଲିଲା ସାପ

ନୂଆଦିଲ୍ଲୀ: ରାସ୍ତାରେ ନାଗ-ନାଗୁଣୀଙ୍କ ଖେଳ ଦେଖାଇ ଟଙ୍କା ରୋଜଗାର କରୁଥିଲା ବାପା। ହେଲେ ସେ କ’ଣ ଜାଣିଥିଲା ଯେଉଁ ନାଗ-ନାଗୁଣୀଙ୍କୁ କ୍ଷୀର ଦେଇ ସୋ ପୋଷି ଥିଲା ସେହିଁ ତା ପୁଅକୁ ଦଂଶିବ ବୋଲି।

ହଁ ଆଜ୍ଞା ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେଉଛି।  ରାସ୍ତାରେ ବାପା ଜଣକ ନାଗ-ନାଗୁଣୀଙ୍କ ଖେଳ ଦେଖାଉଥିଲା। ଆଉ ଏହି ସମୟରେ ବାପା ପାଖରେ ବସିଥିଲେ ୨ କୁନି ପୁଅ।

ଆଉ ସେହି ସମୟରେ ନାଗ ଆସି କୁନି ପୁଅର ଦେହରେ ଗୁଡ଼େଇ ହୋଇ ତାକୁ ଦଂଶିବାକୁ ଲାଗିଲା। ଯାହା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ସହ ସେମାନଙ୍କୁ ବିଚଳିତ କରିପକାଇଲା।

ନାଗ ସାପଟି ପିଲାଟିକୁ କାମୁଡ଼ିବାର କିଛି ସମୟ ପରେ ପିଲାଟି ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ଏବଂ ତଳେ ପଡ଼ିଗଲା। ଏହା ଦେଖି ପିଲାର ବାପା ଅର୍ଥାତ୍ ସାପୁଆ କେଳା ଭୟଭୀତ ହୋଇଗଲେ।

ସଙ୍ଗେ ସଙ୍ଗେ ପିଲାର ଦେହରୁ ସାପଟିକୁ ଟାଣି ଅଲଗା କରିଦେଲା।  କିନ୍ତୁ ସେତେବେଳକୁ ସାପଟି ପିଲାଟିକୁ କାମୁଡ଼ି ସାରିଥିଲା। ହେଲେ ପରେ ଘଟଣା କ’ଣ ହେଲା ତାହା ଜଣାପଡିନାହିଁ।

କାରଣ ଭାଇରାଲ ଖବର ବା ଭିଡ଼ିଓରେ କେବଳ ଏତିକି ହିଁ ସୂଚନା ମିଳିଛି। ଭାଇରାଲ୍ ହେଉଥିବା ଭିଡ଼ିଓଟିକୁ ଅଭିଷେକ ଗୋଲୁ ଶ୍ରୀବାସ୍ତବ ନାମକ ଜଣେ ୟୁଜର ତାଙ୍କ ଫେସବୁକ୍ ଆକାଉଣ୍ଟରୁ ସେୟାର କରିଛନ୍ତି।

ଯାହାର କମେଣ୍ଟରେ କିଛି ୟୁଜର ଲେଖିଛନ୍ତି ପିଲାଟିର ବିଶେଷ କିଛି କ୍ଷତି ହୋଇନଥିବ। କାରଣ ସାପୁଆ କେଲା ମାନେ ସାପ ଖେଳ କରିବା ପୂର୍ବରୁ ସାପର ବିଷ ଦାନ୍ତ ଭାଙ୍ଗି ଦେଇଥାନ୍ତି। ତେଣୁ ପିଲାଟିର କୌଣସି କ୍ଷତି ହୋଇନଥିବ ବୋଲି ଆଶା କରାଯାଉଛି।