fbpx

ଫୋନରେ ଶୁଣା ଯାଉଛି କି ଏପରି ଶବ୍ଦ ! ତେବେ କିଏ ଶୁଣୁଛି ଆପଣଙ୍କ କଥା ?

ଓଡିଶା ଭାସ୍କର : ଫୋନର ପ୍ରଥମ କାମ ହେଉଛି କଲ କରିବା ବା କଥା ହେବା । କିନ୍ତୁ ଏବେ ସ୍ମାର୍ଟ ଫୋନ ବାହାରିବା ଦିନରୁ ଇଣ୍ଟରନେଟ, ମେସେଜିଙ୍ଗ, ଭିଡିଓ ଆଦି ବନାଇବା ପାଇଁ ଆମେ ଏହାକୁ ବ୍ୟବହାର କରୁଛେ । କିନ୍ତୁ ଏହାର ପ୍ରଥମ କାମ ଫୋନ କଲ । ଅନ୍ୟକୁ କଲ କରିବା ଏବଂ ତାହା ସହ କଥା ହେବା । ବନ୍ଧୁବାନ୍ଧବ, ସାଙ୍ଗ, ଗାଲଫ୍ରେଣ୍ଡ,ବୟଫ୍ରେଣ୍ଡ ଆଦିଙ୍କ ସହ କଥା ହେବା ପାଇଁ ଆମେ ଫୋନ ବ୍ୟବହାର କରିଥାଉ । ଏହା ମଧ୍ୟରେ ଆପଣ ଜଯି ଜଣେ ଲୋକ ସହିତ କିଛି ପରର୍ସନାଲ କଥା ହେଉଛନ୍ତି ଯଦି କେହି ଆପଣଙ୍କ ସିକ୍ରେଟ କଥା ଶୁଣେ କିମ୍ବା ରେକଡିଙ୍ଗ କରେ ତେବେ କ’ଣ ହେବ । ଏହି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଆପଣଙ୍କୁ ଆମେ ଆଜି କିଛି ଟିପ୍ସ ଦେବୁ ।

ଏହା ଦ୍ୱାରା ଆପଣ ସହଜରେ ଜାଣି ପାରିବେ ଆପଣଙ୍କ କଲ ରେକର୍ଡ ହେଉଛି କି ନାହିଁ । ଫୋନ କଲ ରେକର୍ଡିଙ୍ଗ ହେଉଥିବା ଜାଣିବା ଅତି ସହଜ । ଏଥି ପାଇଁ ଫୋନ ବ୍ୟବହାର କରୁଥିବା ଲୋକଙ୍କୁ କେବଳ ଗୋଟିଏ ବିପ ସାଉଣ୍ଟ ଉପରେ ଧ୍ୟାନ ଦେବାକୁ ପଡିବ । ଫୋନ କଲ କରିବା ସମୟରେ ଯଦି ବିପ ସାଉଣ୍ଡ ଶୁଣା ଯାଏ ତେବେ ଆପଣଙ୍କ କଲ ରେକଡିଙ୍ଗ ହେଉଛି । କୌଣସି କଲ ରିସିଭ କରିବା ପରେ ଆରମ୍ଭରୁ ଯଦି ଏକ ଲମ୍ବା ବିପ ସାଉଣ୍ଡ ଶୁଣାଯାଏ ତେବେ ଆପଣଙ୍କ କଲ ରେକର୍ଡିଙ୍ଗ ହେଉଛି । ବିପ ସାଉଣ୍ଡ ଛଡା ଯଦି କଲ ଟାଇମରେ ଅନ୍ୟ ପ୍ରକାର ମେକାନିଜିମ ଶବ୍ଦ ଶୁଣାଯାଏ ତେବେ ମଧ୍ୟ ଆପଣଙ୍କ କଲ ରେକର୍ଡି ହେଉଛି । ଏହି ଶବ୍ଦ ବାରମ୍ବାର ଆସିବା ଦ୍ୱାରା ଆପଣ ଜାଣି ପାରିବେ ଆପଣଙ୍କ କଲ ରେକର୍ଡ ହେଉଛି ।

କଲ ରେକର୍ଡିଂ ଏବଂ କଲ ଟ୍ୟାପିଙ୍ଗ ଅଲଗା ଅଲଗା ହୋଇଥାଏ । କଲ ଟ୍ୟାପିଙ୍ଗରେ ତୃତୀୟ ବ୍ୟକ୍ତି ଦୁଇ ଲୋକଙ୍କ ମଧ୍ୟରେ ହେଉଥିବା କଥାକୁ ରେକର୍ଡ କରିଥାଏ । କୌଣସି କଲକୁ ଟ୍ୟାପ କରିବା ପାଇଁ ଟେଲିକମ କମ୍ପାନୀର ସହାୟତା ନେଇ ପାରିବେ । ଅନେକ ଥର କଲ ଟ୍ୟାପିଙ୍ଗ ପାଇଁ କୋଟ କିମ୍ବା ପ୍ରାଇଭେଟ ଗୁପ୍ତଚରର ମଧ୍ୟ ସହାୟତା ନେଇ ପାରିବେ । ଆଗରୁ ଗୁଗଲ ପ୍ଲେଷ୍ଟୋରରେ ଅନେକ ପ୍ରକାର ଆପ୍ଲିକେସନ ଥିଲା ଯାହାଦ୍ୱାରା ଫୋନ କଲ ରେକର୍ଡିଂ ଶୁଣିବାକୁ ମିଳୁଥିଲା କିନ୍ତୁ ଏବେ ଗୁଗଲ ସେହି ଆପ୍ଲିକେଶନକୁ ବନ୍ଦ କରି ଦେଇଛି ।

Get real time updates directly on you device, subscribe now.