fbpx

ମହିଳାଙ୍କ ପ୍ରେମରେ ପଡିଗଲେ ସ୍ପର୍ମ ଡୋନର: ଏବେ ଭାଇରାଲ ହେଉଛି ଲଭ ଷ୍ଟୋରୀ

Advertisement

ନୂଆଦିଲ୍ଲୀ: ପ୍ରାକୃତିକ ଉପାୟରେ ମା ହେବା ପାଇଁ ସକ୍ଷମ ନଥିଲେ ମହିଳା । ତେଣୁ ଜଣେ ସ୍ପର୍ମ ଡୋନରଙ୍କ ଖୋଜରେ ରହିଥିଲେ ସେ । କିନ୍ତୁ ଏହି ସମୟରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ପରିଚୟ ହୁଏ । ଯୁବକ ଜଣକ ତାଙ୍କୁ ସ୍ପର୍ମ ଡୋନେଟ କରିବା ସହିତ ତାଙ୍କୁ ବିବାହ ମଧ୍ୟ କରିଛନ୍ତି । ଜୀବନର ସମସ୍ତ ଘଟଣାବଳୀକୁ ନେଇ ସେ ଏକ ବହି ଲେଖିଛନ୍ତି, ଯେଉଁଥିରେ ଏହି ଘଟଣାକୁ ନେଇ ସେ ପ୍ରକାଶ କରିଛନ୍ତି ।

ସମ୍ପୃକ୍ତ ମହିଳା ହେଉଛନ୍ତି ୪୬ ବର୍ଷର ସି ରାଇନୀ । ୨୧ ବର୍ଷ ବୟସରେ ରାଇନୀ ୨୪ ବର୍ଷୀୟ ଯୁବକ ଡେମିୟନଙ୍କୁ ପ୍ରେମ କରୁଥିଲେ । କିନ୍ତୁ ପରେ ୨୦ ବର୍ଷ ପର୍ଯ୍ୟନ୍ତ ଅଲଗା ରହିଥିଲେ ଉଭୟ ପ୍ରେମୀ । ଏହାପରେ ଫେସବୁକରେ ଡେମିୟନଙ୍କୁ ଏକ ମେସେଜ ପଠାଇଥିଲେ ରାଇନୀ । ତାଙ୍କର ଏହି ମେସେଜ ତାଭ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଡେମିୟନ ଲଣ୍ଡନ ଚାଲିଯିବା ପରେ ଅଲଗା ହୋଇଯାଇଥିଲେ ନ୍ୟୁଜିଲାଣ୍ଡର ଏହି ଲଭ କପଲ । ଏହାପରେ ଉଭୟଙ୍କର ବିବାହ ହୋଇଥିଲା ଏବଂ ଡେମିୟନ ଦୁଇଟି ପିଲାର ବାପା ମଧ୍ୟ ହୋଇଥିଲେ । କିନ୍ତୁ ରାଇନୀ ଜେନେଟିକ ସମସ୍ୟା ଯୋଗୁଁ ମା ହେବା ପାଇଁ ସକ୍ଷମ ନଥିଲେ ।

ତେଣୁ ସ୍ୱାମୀଙ୍କଠୁ ଅଲଗା ହୋଇ ସିଙ୍ଗଲ ମଦରଭାବେ ବଞ୍ଚିବା ପାଇଁ ନିଷ୍ପତ୍ତି ନେଲେ ରାଇନୀ । ତେଣୁ ସେ ଜଣେ ସ୍ପର୍ମ ଡୋନରଙ୍କ ଖୋଜରେ ରହିଥିଲେ । ଏହି ସମୟରେ ଫେସବୁକରେ ପୁଣି ଥରେ ସେ ଡେମିୟନଙ୍କୁ ପାଇଥିଲେ । ମେସେଜ କରି ଡେମିୟନଙ୍କୁ ତାଙ୍କ ପୁରୁଣା କଥା ମନେ ପକାଇ ଦେଇଥିଲେ । ଡେମିୟନ ଦିନେ ରାଇନୀଙ୍କୁ କଥା ଦେଇଥିଲେ ଯେ ଯଦି ସେ ମା ହୋଇ ନ ପାରନ୍ତି, ତେବେ ଡେମିୟନ ତାଙ୍କ ପିଲାର ବାପା ହେବା ପାଇଁ ପ୍ରସ୍ତୁତ । ଏହାପରେ ଡେମିୟନ ତାଙ୍କ କଥାରେ ରାଜି ହୋଇଥିଲେ ଏବଂ ଉଭୟ ବିବାହ କରି ନେଇଛନ୍ତି । ତେବେ ରାଇନୀ ଏବେ ଏ ନେଇ କୁହନ୍ତି, ମୋ ସ୍ପର୍ମ ଡୋନର ଏବେ ମୋ ସ୍ୱାମୀ ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.