fbpx

ସୁଲଭ ଦରରେ ଆଳୁ ଯୋଗାଇଲେ ରାଜ୍ୟ ସରକାର , ଜାଣନ୍ତୁ ୧୦୦ ଟଙ୍କାରେ କେତେ କିଲୋ ?

ଭୁବନେଶ୍ୱର : ରାଜ୍ୟରେ ଗ୍ରାହକମାନଙ୍କୁ ସୁଲଭ ଦରରେ ଆଳୁ ଯୋଗାଇ ଦେବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗ୍ରାହକମାନଙ୍କୁ ୧୦୦ ଟଙ୍କାରେ ୩ କିଲୋଗ୍ରାମ୍‍ ଆଳୁ ଯୋଗାଇ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରଠାରେ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଡିଲର୍‍ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି । ଡିଲର୍‍ମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିପାରିବେ ।

ପରିବାର ପିଛା ମିଳିବ ୩ କିଲୋ ଆଳୁ । ଭୁବେନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ରାଜଧାନୀର ୧୦୦ ଜଣ ଡିଲରଙ୍କୁ ଆଳୁ ବିକ୍ରି କରିଛି ଯୋଗାଣ ବିଭାଗ । ପଶ୍ଚିମବଙ୍ଗରୁ ଆସିଥିବା ୨୫୦ କୁଇଣ୍ଟାଲ ଆଳୁ ଡିଲରଙ୍କୁ ଦେଇଛନ୍ତି ସରକାର। ନିୟମ ବି ଧାର୍ଯ୍ୟ ହୋଇଛି । ପ୍ରତି ପରିବାରର ଜଣଙ୍କୁ ରାସନ୍ କାର୍ଡ ହେଉ କିମ୍ବା ଫୋନ୍ ନମ୍ବର ଲେଖି ୩ କିଲୋ ଆଳୁ ଦେଇ ପାରିବେ ଡିଲର । ଆଳୁ ସମସ୍ୟା ର ସମାଧାନ ନ ହେବା ଯାଏଁ ସରକାର ଏହି ଦରରେ ଆଳୁ ଯୋଗାଇ ଦେବେ ବୋଲି କହିଛନ୍ତି ।

ପି ଡି ଏସ ସେଣ୍ଟର୍ ରେ ମିଳୁଛି ଆଳୁ। ଏହି ଖବର ମିଳିବା ପରେ ଆଳୁ କିଣିବା ପାଇଁ ଲାଗିଥିଲା ଲୋକଙ୍କ ଗହଳି । ଆଉ ୨ ଘଣ୍ଟା ଭିତରେ ଶେଷ ହୋଇଯାଇଥିଲା ୧୦ କୁଇଣ୍ଟାଲ ଆଳୁ । ମାର୍କେଟରେ ୫୦ ଟଙ୍କା ଆଳୁ ରେଟ୍‌ ଥିବା ବେଳେ ଡିଲରଙ୍କ ଠାରୁ ୩୦ ଟଙ୍କାରେ ଆଳୁ ପାଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

Get real time updates directly on you device, subscribe now.