fbpx

ଅଭିଯୁକ୍ତଙ୍କ ମାନସିକ ସ୍ଥିତିକୁ ବି କୋର୍ଟ ଧ୍ୟାନ ଦେବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେବଳ ଅପରାଧ ନୁହେଁ, ବରଂ ଅପରାଧୀ ଓ ତାଙ୍କ ମାନସିକ ସ୍ଥିତି ଓ ତାଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ମଧ୍ୟ କୋର୍ଟ ଧ୍ୟାନ ଦେବେ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ କହିଛି କି, ଅଭିଯୁକ୍ତର ସୁଧାର ଓ ପୁନର୍ବାସ ସମ୍ଭାବନାକୁ ବିଚାର କରିବା କୋର୍ଟର କର୍ତ୍ତବ୍ୟ । ଖଣ୍ଡପୀଠ କହିଛି ଯେ, ସ୍ଥାପିତ ଆଇନର ସ୍ଥିତିକୁ ଦେଖି ଅଭିଯୁକ୍ତର ସୁଧାର ଓ ପୁନର୍ବାସ ସମ୍ଭାବନାକୁ ଦୃଷ୍ଟି ଦେବା ଆମର କର୍ତ୍ତବ୍ୟ । ଏହି ଖଣ୍ଡପୀଠରେ ଜଷ୍ଟିସ୍ ବିଆର ଗଭଇ ଓ ବିଭି ନାଗରାଥନା ମଧ୍ୟ ସାମିଲ ହୋଇଥିଲେ ।

ତେବେ ସମ୍ପତ୍ତି ବିବାଦରେ ନିଜ ଦୁଇ ଭାଇଭଉଣୀ ଓ ଭଣଜାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡକୁ ୩୦ ବର୍ଷର କାରାଦଣ୍ଡରରେ ରୂପାନ୍ତର କରିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ (ମଧ୍ୟପ୍ରଦେଶ) ଏପରି କୌଣସି ପ୍ରମାଣ ଦର୍ଶାଇନି, ଯେଉଁଥିରେ ଦୋଷୀର ସୁଧାର ଓ ପୁନର୍ବାସ ହେବାର ସମ୍ଭାବନା ନାହିଁ ବୋଲି ଖଣ୍ଡପୀଠ କହିଛି ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଆବେଦନକାରୀ ଗ୍ରାମାଞ୍ଚଳ ଓ ଗରୀବ ପୃଷ୍ଠଭୂମିରୁ ଆସିଛନ୍ତି । ତାଙ୍କର କୌଣସି ଅପରାଧିକ ହିଷ୍ଟ୍ରି ନାହିଁ । ତେଣୁ ଆବେଦନକାରୀଙ୍କୁ ଜଣେ ଘୃଣ୍ୟ ଅପରାଧୀ ବୋଲି କୁହାଯାଇପାରିବ ନାହିଁ ।

Get real time updates directly on you device, subscribe now.