fbpx

ଦୁଇ ଗୋଡରେ ଚାଲିବାର ସମୟ ଆସିବ: ବିହାର ଝିଅକୁ ଏମିତି କି ପ୍ରତିଶ୍ରୁତି ଦେଲେ ସୋନୁ ସୁଦ ?

ନୂଆଦିଲ୍ଲୀ: କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ତେବେ ତାଙ୍କର ଏହି ପ୍ରକ୍ରିୟା ଏବେ ପର୍ଯ୍ୟନ୍ତ ଶେଷ ହୋଇନି । ଏବେ ବି ଲୋକମାନଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ସେ ଏବେ ବିହାରର ଜଣେ କୁନି ଝିଅ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ଜଣେ ଦିବ୍ୟାଙ୍ଗ ଝିଅ ସୀମାକୁ ନିଜ ଗୋଡରେ ଠିଆ ହେବାର ସମୟ ଆସିଛି ବୋଲି କହି ସୋନୁ ଟ୍ୱିଟ କରିଛନ୍ତି । ଗୋଟିଏ ଗୋଡରେ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲି ଚାଲି ସ୍କୁଲକୁ ଯାଆନ୍ତି ସୀମା । ଏହି ଭିଡିଓ ଭାଇରାଲ ହେବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ପାଠ ପଢିବାର ନିଶା ଆଉ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା । ଗୋଟିଏ ପାଦ ନଥିବା ସତ୍ତେ୍ୱ ଗୋଟିଏ ଗୋଡରେ ପ୍ରାୟ ୧ କିଲୋମିଟର ଦୂର ଚାଲି ଚାଲି ସ୍କୁଲକୁ ଯାଇ ପାଠ ପଢନ୍ତି ସୀମା । ତେବେ ତାଙ୍କର ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇ ଅଭିନେତା ସୋନୁ ସୁଦଙ୍କ ପାଖରେ ପହଞ୍ଚିଥିଲା । ତେବେ ଏହାକୁ ଦେଖି ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଟ୍ୱିଟରରେ ସୀମାଙ୍କୁ ସାହାଯ୍ୟ କରିବା ପାଇଁ ପୋଷ୍ଟ କରିଛନ୍ତି ସୋନୁ । ଏବେ ଆଉ ଗୋଟିଏ ନୁହେଁ ଦୁଇଟି ପାଦରେ ସ୍କୁଲ ଯିବେ ସୀମା, ଦୁଇ ଗୋଡରେ ଚାଲିବାର ସମୟ ଆସିଯାଇଛି । ଏମିତି ଲେଖି ଟ୍ୱିଟରରେ ପୋଷ୍ଟ କରିଛନ୍ତି ସୋନୁ ସୁଦ ।

ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ବସିଥିଲା ସୀମା । କିନ୍ତୁ ହାରିଲାନି ବିଶ୍ୱାସ ଆଉ ସାହସ । ଗୋଟିଏ ଗୋଡରେ ସ୍କୁଲ ଯିବା ସହିତ ଶିକ୍ଷୟତ୍ରୀ ହେବାର ସ୍ୱପ୍ନର ପିଛା କରିଚାଲିଛି । ତାର ଏହି ଉତ୍କଣ୍ଠାକୁ ଦେଖି ସୁବେର ଭବନ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୂରୀ ମଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.