ଆସିଛି ପର୍ଯ୍ୟଟନ ଋତୁ, ଲୋକାରଣ୍ୟ ହେଲାଣି ପୁରୀ

ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ସମଗ୍ର ପୁରୀଜିଲ୍ଲା ଏବେ ଲୋକାରଣ୍ୟ ହୋଇ ଉଠିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର, ବେଳାଭୂମି ସମେତ ଚିଲିକା ଓ କୋଣାର୍କ ଆଦି ବୁଲି ଦେଖିବା ପାଇଁ ଭିଡ ଜମାଇଛନ୍ତି । ବଡଦିନ ଛୁଟି କଟାଇବା ଲାଗି ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ପୁରୀରେ ରହିବା ଲାଗି ହୋଟେଲ ଓ ଧର୍ମଶାଳାରେ କୋଠରୀର ଅଭାବ ଦେଖାଦେଇଛି । ଏହିସବୁ ପର୍ଯ୍ୟଟକମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ସମୁଦ୍ର ବେଳାଭୂମିର ମଜା ନେଉଛନ୍ତି ।

ସେହିପରି ବେଳାଭୂମିରେ ଜଳକ୍ରୀଡା, ବ୍ଲୁଫ୍ଲାଗ୍‍ ବିଚର ମନୋରମ ପରିବେଶ, ସ୍ୱର୍ଗଦ୍ୱାର ବେଳାଭୂମିରେ ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ବାଲୁକା କଳା ପ୍ରଦର୍ଶନ, ଘୋଡା ଓ ଓଟର ସବାରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପେଣ୍ଠପଟା ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୭ କି.ମି ପରିବ୍ୟାପ୍ତ ଅଞ୍ଚଳରେ ପର୍ଯ୍ୟଟକମାନେ ସମୁଦ୍ରର ନୃତ୍ୟରତ ଜଳରାଶୀକୁ ଉପଭୋଗ କରୁଛନ୍ତି ।

ଜଗନ୍ନାଥଙ୍କର ସୁନାବେଶ

ଶ୍ରୀ ଜଗନ୍ନାଥ ମନ୍ଦିର।

ଏହା ଓଡିଶାର ପୂର୍ବ ସାମୁଦ୍ରିକ ତଟବର୍ତୀ ନିକଟରେ ଅବସ୍ଥାପିତ ଏହା ଏକ ପ୍ରାଚୀନ ସହର ଏବଂ ଭାରତ ବର୍ଷର ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ । ମନ୍ଦିରର ଗଢଣ ଚୌହଦି ଚାରିଦିଗରେ ଅନେକ କ୍ଷୁଦ୍ରାକୃତ ଦେବପୁଜାସ୍ଥଳୀ ପରିବେଷ୍ଟିତ ହୋଇଅଛି । ଏହାରି ଚଉସୀମାରେ ଏକ ଦୀର୍ଘକାୟ ପ୍ରାଚୀର ସାଙ୍ଗକୁ ଚାରୋଟି ଉତ୍କର୍ଷଭରା ଦିଗ ନିର୍ନାୟକ ଦ୍ଵାର ଅଛି । ପୂର୍ବ ଦିଗ ଆଡକୁ ମୁହେଁଇଥିବା ଏହି ସିଂହଦ୍ଵାରଟି ହିଁ ମନ୍ଦିରର ମୁଖ୍ୟ ପ୍ରବେଶ ପଥ । ଉତ୍ତର ଦକ୍ଷିଣ ଓ ପଶ୍ଚିମରେ ଥିବା ଦ୍ଵାର ରେ ହାତୀ, ଘୋଡା ତଥା ବାଘଙ୍କ ଜଗିଲା ପ୍ରତିମୂର୍ତି ଅବସ୍ଥିତ । ମନ୍ଦିରର ପରିସରରେ ମୁଖ୍ୟ ଆରାଧ୍ୟ ଦେବଦେବୀ ଭାବରେ ମହାପ୍ରଭୁ ଶ୍ରୀ ନୃସିଂହ, ବିମଳା ମାତା , ମହା ଲକ୍ଷ୍ମୀ , ମହାପ୍ରଭୁ ସତ୍ୟନାରାୟଣ, ଶ୍ରୀ ଗଣେଶ ଇତ୍ୟାଦି ଅନେକ ଦେବା ଦେବୀ ବିରାଜିତ । ଏହା ଛଡା ଏଠାରେ ପଣ୍ଡିତଙ୍କ ମହାସଭା “ମୁକ୍ତିମଣ୍ଡପ” , “ଆନନ୍ଦ ବଜାର”,” ସ୍ନାନ ମଣ୍ଡପ “ଏବଂ “ରୋଷେଇଘର” ଅବସ୍ଥିତ। ବର୍ଷ ତମାମ ଏଠାରେ ଲୋକମାନଙ୍କର ଭିଡ ଲାଗିଥାଏ, କିନ୍ତୁ ନୂଆବର୍ଷ ଅଥବା ପର୍ଯ୍ୟଟନ ଋତୁ ସମୟରେ ଯାତ୍ରୀଙ୍କର ଭିଡ ଟିକିଏ ଅଧିକ ଥାଏ।

କୋଣାର୍କ

କୋଣାର୍କ।

ଭାରତର ଓଡିଶାରେ ନିର୍ମିତ କୋଣାର୍କ ସୂର୍ୟ ମନ୍ଦିର ୧୩ ଶହ ଶପ୍ତାଦ୍ଧିରେ ନିର୍ମିତ । ଏହା ପ୍ରାଚୀ ନଦୀ ଓ ବଙ୍ଗୋପ ସାଗର ସଂଗମ ସ୍ତଳରେ ପ୍ରାୟ ୧୨୫୦ ଖ୍ରୀଷ୍ଟ।ଦ୍ଦରେ ଲାଙ୍ଗୁଳା ନରସିଂହ ଦେବଙ୍କଦ୍ଵାରା ନିର୍ମିତ ହୋଇ ଥିଲା । ଏକ ବିଶାଳ ଆକୃତିର ଏହି ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଓ କଳା ଶୈଳୀରେ କରଯାଇଥିଲା । ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଓ ମୁଖଶାଳା ୧୨୮ ଫୁଟ ଓ ୧୩ ଫୁଟ ଉଚ ଚଟାଣ ଉପରେ ବିମାନ ଓ ଜଗମୋହନ ନିର୍ମାଣ କରାଯାଇଥିଲା । ୯’.୯” ରେ ୨୪ ଟି ଚକ ଏବଂ ୭ ଗୋଟି ଘୋଡା ଖଞ୍ଜା ଯାଇଥିଲା । ମୁଖ୍ୟ ମନ୍ଦିରଟି ୨୦୦ ଫୁଟ ଉଚ, ଭାରତର ସବୁଠାରୁ ଉଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରାଯାଇଅଛି । ଏଠାରେ ମଧ୍ୟ ପର୍ଯ୍ୟଟନ ଋତୁ ସମୟରେ ଯାତ୍ରୀଙ୍କର ପ୍ରବଳ ଭିଡ ଲାଗିଥାଏ।

ଚିଲିକା

“ମରାଳ ମାଳିନୀ ନୀଳାମ୍ବୁ”  ଚିଲିକା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ବ୍ରୁହତମ ଅର୍ଦ୍ଧଲୁଣି ହ୍ରଦ ।   ସାତପଡା, ଅଞ୍ଚଳଟି ଚିଲିକା ଉପକୂଳରେ ଅବସ୍ଥିତ ଓ ଏହା ପୁରୀ ସହର ଠାରୁ ୪୮ କିଲୋମିଟର ଦୂରତାରେ ଅବସ୍ଥିତ । ଏହା ରାଜଧାନୀ ଭୁବେନେଶ୍ଵର ଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ଅବସ୍ଥିତ । ଜାତୀୟ ରାଜପଥ ୨୦୩ (କ) ପୁରୀ ଠାରୁ ସାତପଡା କୁ ସଂଯୋଗ କରୁଅଛି । ଚିଲିକା ତାର ଜୈବ୍ୟ  ବିଭିର୍ନତା  ହେତୁ ପ୍ରାଧାନ୍ୟ ଲାଭ କରିଛି । ଚିଲିକା ହ୍ରଦ ବେଦେଶାଗତ ଓ ସ୍ଥାନୀୟ ପକ୍ଷୀମାନଙ୍କର, ଶୀତରୁତୁରେ ଏକ ସମାରୋହସ୍ଥଳୀ । ଏକ ପରିସଙ୍ଖ୍ୟନରୁ ଜଣାଯାଏ ଯେ, ବିଶ୍ଵରେ ଏହି ପ୍ରକାରର ଡଲଫିନ ଏକ ହଜାରରୁ କମ ଥିବାବେଳେ, କେବଳ ଚିଲିକା ହ୍ରଦରେ ୧୪୪ ଟି ଏରାୱ୍ୱାଡି ଡଲଫିନ ଅଛନ୍ତି । ସାତପଡାର ମୁଖ୍ୟ ଆକର୍ଷଣ ହେଉଛି, ନୌବିହାର, ଏରାୱ୍ୱାଡି ଡଲଫିନ ଓ ବିଭିର୍ନ ଜାତିର ପାଖିମାନଙ୍କର ସମାଗମ ।

Kakatpur

କାକଟପୁର।

କାକଟପୁର ପ୍ରାଚୀ ନଦୀ କୂଳରେ ଅବସ୍ଥିତି। ମା ମଙ୍ଗଳାଙ୍କ ଅବସ୍ଥିତି ଯୋଗୁ ଏହା ପ୍ରସିଦ୍ଧିଲାଭ କରିଛି । ମା ମଙ୍ଗଳା ବିଭିନ୍ନ ପାର୍ଶ୍ଵ ଦେବୀଦେବତାଙ୍କ ପରିବେଷ୍ଟିତ ଅଟନ୍ତି । ମା ମଙ୍ଗଳା ଶ୍ରୀ ଜଗନ୍ନାଥଙ୍କର ନବକଳେବର ସହିତ ଜଡିତ ଅଟନ୍ତି । ଏକ ବିଶ୍ୱାସ ରହିଆସିଛି ଯେ ମା ଶ୍ରୀ ଜଗନ୍ନାଥଙ୍କର ଦାରୁ ସମ୍ପର୍କରେ ସୂଚନା ଦେଇଥାନ୍ତି । ଝାମୁଯାତ୍ରା ଏକ ପ୍ରସିଦ୍ଧ ପର୍ବରୂପେ ମା ମଙ୍ଗଳାଙ୍କ ନିକଟରେ ଅନୁଷ୍ଠିତ ହୁଏ । ଏହି ପର୍ବରେ ବହୁସଂଖ୍ୟାରେ ଦର୍ଶକ କାକଟପୁରରେ ମିଳିତ ହୋଇ ଝାମୁଯାତ୍ରା କାର୍ଯ୍ୟ ପରିଦର୍ଶନ କରନ୍ତି ।

Alarnath

]ଅଲାରନାଥ।

ଏହା ଏକ ବିଷ୍ଣୁ ମନ୍ଦିର,  ଶ୍ରୀ ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନବସର  ସମୟରେ ଏଠାରେ  ଅବସ୍ଥାନ କରିଥିଲେ ।  ଅନବସର ଦୁଇସପ୍ତାହ ସମୟର ଅଟେ, ଯେଉଁଥିରେ ମହାପ୍ରଭୁ ଶ୍ରୀ  ଜଗନ୍ନାଥ ସ୍ନାନ ପୂର୍ଣମୀ ଦିନ ଅମୁଦ୍ରା କୂଅର ୧୦୮ ଗରା ଜଳ ସ୍ନାନ କାରଣରୁ ଜ୍ଜରରେ ପଡି ଏଥିରୁ ଭଲ ହେବା ପର୍ଯ୍ୟନ୍ତ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି । ଏହି ସମୟରେ ସେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ,  ତେଣୁ ଭଗବାନ ଚୈତନ୍ୟ ଅଶାନ୍ତି ହେଲେ, ଓ  ଦୀର୍ଘ ପଥ ଖୋଜି ଖୋଜି ଯାଇ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ  ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଥିଲେ । ସେବେ ଠାରୁ ଏହି  ବିଶ୍ୱାସ ରହିଆସିଛି ଯେ ଯଉଁମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଣସର ସମୟରେ ଦର୍ଶନ କରିପାରୁ ନାହାନ୍ତି ସେମାନେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି ପୂଣ୍ୟ ପ୍ରାପ୍ତି କରିବା ସହ ଆଶୀର୍ବାଦ ଲାଭ କରିପାରିବେ  ।  ଅନବସର ସମୟରେ ହଜାର ହଜାର ଦର୍ଶନାର୍ଥୀ ଅଲାରନାଥ ମନ୍ଦିର ଦର୍ଶନରେ ଆସି ଭଗବାନଙ୍କର ଆଶୀର୍ବାଦ ଲାଭ କରିବା ସହ ଭଗବାନଙ୍କ ଖୀରି ଭୋଗକୁ ଲାଭ କରିଥାନ୍ତି ।