fbpx

ପୁଣି ଟ୍ରେନ ଦୁର୍ଘଟଣା! ଫାଟକ ଓ ଧାରଣା ଭିତରେ ଅଟକିଗଲା ଟ୍ରାକ୍ଟର, ଆଉ ତାପରେ…

ରାଞ୍ଚି: ବାଲେଶ୍ୱର ଦୁର୍ଘଟଣାର ଭୟଙ୍କର ଦୃଶ୍ୟକୁ ଭାବିଲେ ଏବେ ବି ଛାତି ଥରିଯାଉଛି । ଏହାପରେ ଟ୍ରେନରେ ଯାତାୟତ କରିବା ପାଇଁ ବି ଅନେକ ଲୋକ ଭୟ କରିଗଲେଣି । ୟା ଭିତରେ ଆଉ ଏକ ଟ୍ରେନ ଭୟାନକ ଦୁର୍ଘଟଣାର ଦ୍ୱାର ଦେଶରେ ପହଞ୍ଚିଛି । ଟ୍ରେନ ଲାଇନ୍ ଏବଂ ଫାଟକ ମଝିରେ ଏକ ଟ୍ରାକ୍ଟର ଫସିଯିବାରୁ ଏଠାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ରାଜଧାନୀ ଏକ୍ସପ୍ରେସ ସହ କରମଣ୍ଡଳ ଏକ୍ସପ୍ରେସ ଭଳି ଘଟଣାର ସାମନା କରିଛି ।

ସୂଚନା ଅନୁସାରେ, ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ମଧ୍ୟ ଏକ ବଡ ଦୁର୍ଘଟଣାର ଖୁବ ନିକଟତର ହୋଇଥିଲା । ଭୋଜୁଡିହ ରେଳ ଷ୍ଟେସନ ନିକଟରେ ଏକ ଟ୍ରାକ୍ଟର ରାଜଦାନୀ ଏକ୍ସପ୍ରେସ ପାଇଁ ବଡ ବିପଦ ପାଲଟିଥିଲା । ସନ୍ଥାଳଡିହ ଲେବଲ କ୍ରସିଂ ନିକଟରେ ରେଳ ଧାରଣା ଏବଂ ଫାଟକ ମଝିରେ ପସି ରହିଥିଲା ଗୋଟିଏ ଟ୍ରାକ୍ଟର । ଯାହା ରାଜଧାନୀ ଏକ୍ସପ୍ରେସ ପାଇଁ ଏକ ବଡ ବିପଦର କାରଣ ହୋଇଥାନ୍ତା । ତେବେ ସବୁଠୁ ବଡ ଘଟଣା ହେଉଛି ଏଭଳି ଗାଡି ରଖିଦେବା ପରେ ଦୁର୍ଘଟଣା ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଟ୍ରାକ୍ଟରର ଡ୍ରାଇଭର । କିନ୍ତୁ ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଆଉ ଏକ ଭୟାନକ ଦୁର୍ଘଟଣାରୁ ଶହ ଶହ ଯାତ୍ରୀଙ୍କୁ ଉଦ୍ଧାର କରି ପାରିଛି ।

ଦ୍ରୁତ ବେଗରେ ଆସୁଥିବା ଏହି ଟ୍ରେନ ଆଗରେ ଟ୍ରାକ୍ଟରକୁ ଦେଖି ଉଚିତ ସମୟରେ ବ୍ରେକ ଲଗାଇଥିଲେ ଲୋକୋ ପାଇଲଟ । ତେଣୁ ଦୁର୍ଘଟଣା ହେବା ପୂର୍ବରୁ ଗାଡିଟି ଅଟକି ଯାଇଥିଲା ଏବଂ ଏକ ଭୟଙ୍କର ଦୁର୍ଘଟଣା ସହଜରେ ଟଳି ଯାଇଛି । ଏ ନେଇ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ ମନୀଷ କୁମାର ସୂଚନା ଦେଇ କହିଛନ୍ତି ଯେ, ଏଭଳି ଏକ ଘଟଣା ପରେ ସମ୍ପୃକ୍ତ ଟ୍ରାକ୍ଟରକୁ ଜବତ କରାଯିବା ସହ ତାନାରେ ଏତଲା ଦିଆଯାଇଛି । ଏଥିସହିତ ସେହି ଗେଟର ଗେଟମ୍ୟାନଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.