fbpx

ଡ୍ୟୁଟିରେ ଥିବା ବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍‌; ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ପାରାଦୀପ: (ଓଡ଼ିଶା ଭାସ୍କର) ପାରାଦୀପରୁ ଆସିଲା ହୃଦୟହିଦାରକ ଖବର । ଡ୍ୟୁଟିରେ ଥିବା ବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍‌ । ଛକ ଉପରେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ରାତିରେ ଡ୍ୟୁଟିରେ ଥିବା ବେଳେ ହୋମଗାର୍ଡଙ୍କୁ ଟ୍ରକ୍‌ ଚାପିଦେଇଥିବା ସୂଚନା । ମୃତକ ରାଜନ୍‌ ପ୍ରଧାନ, ଲକ୍‌ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଥିଲେ । ପ୍ରତିବାଦରେ ବାଲିଡିଆ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ଏନେଇ ନିକଟସ୍ଥ ଥାନାରୁ କୌଣସି ପ୍ରତିକ୍ରିୟା ମିଳିନି । ସୂଚନା ଅନୁସାରେ ଘଟଣାସ୍ଥଳରୁ ଟ୍ରକଟି ଫେରାର୍ ଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.