ପୁଣି ଟ୍ରମ୍ପଙ୍କ H-1B ଭିସାକୁ ନେଇ ଆସିବ ନୂଆ ନିୟମ, ପ୍ରସ୍ତାବ ରଖିଲେ ଟ୍ରମ୍ପ ପ୍ରଶାସନ, ଜାଣନ୍ତୁ କିଏ ପାଇବେ ପ୍ରଥମେ ଭିସା!

H-1B ଭିସା ପାଇଁ ନୂଆ ନିୟମ ପ୍ରସ୍ତାବ, ଲଟେରୀ ସିଷ୍ଟମକୁ ସମାପ୍ତ କରିଛି!

ନୂଆଦିଲ୍ଲୀ: H-1B ଭିସା ଯାହାକୁ ନେଇ କିଛି ଦିନ ହେବ ଅନେକ ଚର୍ଚ୍ଚା ଆଲୋଚନା ଜୋର ଧରିଛି। H-1B ଭିସାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ନିୟମ ଆଣିଛନ୍ତି। ଯାହାକି ଭାରତୀୟମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।

ଆଉ ଏହାରି ଭିତରେ ପୁଣି ଏକ ଖବର ସାମ୍ନାକୁ ଆସିଛି। କି ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। ଏହା ଅଧୀନରେ ଭିସା ଚୟନ ପ୍ରକ୍ରିୟାକୁ ଏହିପରି ପରିବର୍ତ୍ତନ କରାଯିବ।

କୁହାଯାଉଛି ଯେ ଏହି ପ୍ରସ୍ତାବରେ ଉଚ୍ଚ ଓ ଦକ୍ଷ ଏବଂ ଭଲ ଦରମା ପାଇଥିବା ବିଦେଶୀ କର୍ମଚାରୀମାନଙ୍କୁ ପ୍ରାଥମିକତା ଦିଆଯିବ। ଖବର ଅନୁଯାୟୀ, ଏହି ସୂଚନା ସଦ୍ୟ ପ୍ରକାଶିତ ଫେଡେରାଲ ରେଜିଷ୍ଟର ନୋଟିସରେ ଦିଆଯାଇଛି।

ଏହି ନୂଆ ପ୍ରସ୍ତାବ ମଙ୍ଗଳବାର ଦିନ ପ୍ରକାଶ ପାଇଛି, ଯାହା ହ୍ୱାଇଟ୍ ହାଉସ୍ ଗତ ଶୁକ୍ରବାର H-1B ଭିସା ଉପରେ ୧୦୦୦୦୦ ର ନୂଆ ବାର୍ଷିକ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରେ ଆସିଛି।

H-1B ଭିସାକୁ ପ୍ରଯୁକ୍ତିବିଦ୍ୟା ଏବଂ ଆଉଟସୋର୍ସିଂ କମ୍ପାନୀଗୁଡ଼ିକ ପାଇଁ ଦକ୍ଷ ବିଦେଶୀ ଶ୍ରମିକଙ୍କୁ ନିଯୁକ୍ତି ଦେବାର ଏକ ପ୍ରମୁଖ ମାଧ୍ୟମ ଭାବରେ ବିବେଚନା କରାଯାଏ।

ଅଧିକ ଦରମା ଥିବା ବ୍ୟକ୍ତିମାନେ ପ୍ରାଥମିକତା ପାଇବେ:

ରିପୋର୍ଟ ଅନୁଯାୟୀ, ନୋଟିସରେ ଉଲ୍ଲେଖ କରାଯାଇଛି ଯେ ଯଦି ଏକ ଆର୍ଥିକ ବର୍ଷରେ ଭିସା ଆବେଦନ ସଂଖ୍ୟା ୮୫୦୦୦ର ଆଇନଗତ ସୀମା ଅତିକ୍ରମ କରେ, ତେବେ ଯେଉଁ ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଅଧିକ ଦରମା ଦିଅନ୍ତି ସେମାନଙ୍କ ଆବେଦନକୁ ଅଧିକ ଗୁରୁତ୍ୱ ଦିଆଯିବ।

ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଆମେରିକୀୟ କର୍ମଚାରୀମାନଙ୍କୁ ବିଦେଶୀ କର୍ମଚାରୀଙ୍କ ଅନୁଚିତ ମଜୁରୀ ପ୍ରତିଯୋଗିତାରୁ ରକ୍ଷା କରିବା। ଜାନୁଆରୀ ୨୦୧୭ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସ ନୀତିକୁ କଠୋର କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ଏଥିରେ ଅବୈଧ ପ୍ରବାସୀମାନଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ, ନାଗରିକତା ନିୟମରେ ପରିବର୍ତ୍ତନ ଏବଂ ବିଶେଷକରି H-1B ଭିସା କାର୍ଯ୍ୟକ୍ରମ ଉପରେ ନିୟନ୍ତ୍ରଣ ଅନ୍ତର୍ଭୁକ୍ତ।

ପ୍ରସ୍ତାବିତ ନିୟମ: ଗତ ମଙ୍ଗଳବାର ପ୍ରକାଶିତ ପ୍ରସ୍ତାବିତ ନିୟମ ଅନୁଯାୟୀ, ଯଦି ଭିସାର ଚାହିଦା ଯୋଗାଣକୁ ଅତିକ୍ରମ କରେ ତେବେ ବର୍ତ୍ତମାନର ଲଟେରୀ ପ୍ରକ୍ରିୟାକୁ ସମାପ୍ତ କରି ଦରମା-ଭିତ୍ତିକ ଚୟନ ପ୍ରକ୍ରିୟା ସହିତ ବଦଳାଯିବ, ଯାହା ଅଧିକ ଦରମା ଦେଉଥିବା ପଦବୀକୁ ପ୍ରାଥମିକତା ଦେବ।

ଏହି ନିୟମ ବର୍ତ୍ତମାନ ପ୍ରସ୍ତାବିତ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ଚୂଡ଼ାନ୍ତ କରିବାକୁ ମାସ କିମ୍ବା ବର୍ଷ ମଧ୍ୟ ଲାଗିପାରେ। ବିଜ୍ଞପ୍ତି ସୂଚିତ କରୁଛି ଯେ ଏହି ନୂତନ ନିୟମଗୁଡ଼ିକ ୨୦୨୬ ଲଟେରୀ ଋତୁ ସହିତ କାର୍ଯ୍ୟକାରୀ ହୋଇପାରେ, ଯାହା ମାର୍ଚ୍ଚ ପ୍ରଥମ ସପ୍ତାହରେ ପଞ୍ଜୀକରଣ ଆରମ୍ଭ ହେବା ପୂର୍ବରୁ ହେବ।

ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ H-1B କର୍ମଚାରୀମାନଙ୍କୁ ଦିଆଯାଉଥିବା ମୋଟ ମଜୁରୀ ପ୍ରାୟ ୫୦୨ ଡଲାର ନିୟୁତ ବୃଦ୍ଧି ପାଇବ। ଯାହା ପରବର୍ତ୍ତୀ ବର୍ଷଗୁଡ଼ିକରେ ବୃଦ୍ଧି ପାଇ ୨୦୨୯-୨୦୩୫ ଆର୍ଥିକ ବର୍ଷ ସୁଦ୍ଧା ୨ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

DHS ଏହା ମଧ୍ୟ ସତର୍କ କରାଇ ଦେଇଛି ଯେ ବର୍ତ୍ତମାନ H-1B ଭିସା ବ୍ୟବହାର କରୁଥିବା ପ୍ରାୟ ୫୨୦୦ ଛୋଟ କମ୍ପାନୀଗୁଡ଼ିକ ଏହି ପରିବର୍ତ୍ତନ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି ଏବଂ ଶ୍ରମିକ ଅଭାବର ସମ୍ମୁଖୀନ ହୋଇପାରନ୍ତି।