fbpx

ମାଲାମାଲ ହେବେ ୟୁଏସ ଓପନର ବିଜେତା, IPL ଚାମ୍ପିଅନ ଦଳର ପୁରସ୍କାର ରାଶି ପରି ମିଳିବ ଟଙ୍କା

Advertisement

ନୂଆଦିଲ୍ଲୀ: ୟୁଏସ ଓପନରେ ଏଥର ହେବ ଟଙ୍କା ବର୍ଷା। ଏକକ ବର୍ଗ ଚାମ୍ପିଅନଙ୍କୁ ଚଳିତ ବର୍ଷ ମିଳିବ ୨୬ ଲକ୍ଷ ଡଲାର(ପ୍ରାୟ ୨୦ କୋଟି ଟଙ୍କା)ର ପୁରସ୍କାର ରାଶି। ଆଇପିଏଲ ୨୦୨୨ରେ ବିଜେତା ଦଳକୁ ମଧ୍ୟ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା। ୟୁଏସ ଓପନ ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଏବଂ ଏହାର ପୁରସ୍କାର ରାଶି ଅନ୍ୟ ତିନି ଗ୍ରାଣ୍ଡସ୍ଲାମ ତୂଳନାରେ ଅଧିକ ରହିବ। ଅଗଷ୍ଟ ୨୯ରୁ ଆରମ୍ଭ ହେଉଥିବା ୟୁଏସ ଓପନର ମୋଟ୍ ପୁରସ୍କାର ରାଶି ପ୍ରଥମ ଥର ଛଅ କୋଟି ଡଲାର ହେବାକୁ ଯାଉଛି।

ଆମେରିକା ଟେନିସ୍ ଫେଡେରେସନ ଗୁରୁବାର କହିଛନ୍ତି, ମୁଖ୍ୟ ଡ୍ରରେ ପହଞ୍ଚିଲେ ଖେଳାଳିଙ୍କୁ ପ୍ରାୟ ୮୦ ହଜାର ଡଲାର(୩୬ ଲକ୍ଷ ଟଙ୍କା) ମିଳିବ। ଦ୍ଵିତୀୟ ରାଉଣ୍ଡରେ ପହଞ୍ଚିଲେ ୧୨୧୦୦୦ ଡଲାର ବା ପ୍ରାୟ ୯୬ ଲକ୍ଷ ଟଙ୍କା ଦିଆଯିବ। କରୋନା ମହାମାରୀ ପୂର୍ବରୁ ୨୦୧୯ରେ ଚାମ୍ପିଅନଙ୍କୁ ୩୯ ଲକ୍ଷ ଡଲାର ମିଳୁଥିଲା ଏବଂ ପ୍ରଥମ ରାଉଣ୍ଡରେ ହାରୁଥିବା ଖେଳାଳିଙ୍କୁ ୫୮୦୦୦ ଡଲାର ଦିଆଯାଉଥିଲା।

କ୍ଵାର୍ଟର ଫାଇନାଲରେ ପହଞ୍ଚୁଥିବା ଖେଳାଳିଙ୍କୁ ୪ ଲକ୍ଷ ୪୫ ଡଲାର ଏବଂ ସେମି ଫାଇନାଲ୍ ଖେଳିଲେ ସାତ ଲକ୍ଷ ୫ ହଜାର ଡଲାର ମିଳିବ। ଉପ ବିଜେତାଙ୍କୁ ୧୩ ଲକ୍ଷ ଡଲାର ଦିଆଯିବ। ଗତ ଥର ମୋଟ୍ ପୁରସ୍କାର ରାଶି ପାଞ୍ଚ କୋଟି ୭୫ ଲକ୍ଷ ଡଲାର ଥିଲା। ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନରେ ପୁରସ୍କାର ରାଶି ପାଞ୍ଚ କୋଟି ୨୦ ଲକ୍ଷ ଡଲାର ରହିଥିବା ବେଳେ ଓ୍ଵିମ୍ବଲଣ୍ଡନ ଏବଂ ଫ୍ରେଞ୍ଚ ଓପନରେ ପ୍ରାୟ ଚାରି କୋଟି ୯୦ ଲକ୍ଷ ଡଲାର ପୁରସ୍କାର ରାଶି ରହିଥିଲା।

Get real time updates directly on you device, subscribe now.