ବଢୁଛି ହୀରାକୁଦ ଜଳସ୍ତର : ୨୪ ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଜିସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୮.୪୫ ଫୁଟ ରହିଛି । ହୀରାକୁଦକୁ ୪,୦୦,୯୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪,୩୧,୧୪୯ କ୍ୟୁସେକ ଜଳ ନିଷ୍ଟାସନ ହେଉଛି । ଡ୍ୟାମରେ ମୋଟ ୨୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସି ହେଉଛି । ଉପର ମୁଣ୍ଡାରେ ବର୍ଷା ହେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।