ବଢ଼ି ବଢ଼ି ଚାଲିଛି ଜଳସ୍ତର, ସୁବର୍ଣ୍ଣରେଖାରୁ ଶୁଭୁଛି ଭୟଙ୍କର ଗର୍ଜନ, ବନ୍ୟାରେ 6 ପଞ୍ଚାୟତର 30 ଗାଁ, ଦେଖନ୍ତୁ ଏ କରୁଣ ଚିତ୍ର…

ବଢ଼ି ବଢ଼ି ଚାଲିଛି ଜଳସ୍ତର, ସୁବର୍ଣ୍ଣରେଖାରୁ ଶୁଭୁଛି ଭୟଙ୍କର ଗର୍ଜନ, ବନ୍ୟାରେ 6 ପଞ୍ଚାୟତର 30 ଗାଁ, ଦେଖନ୍ତୁ ଏ କରୁଣ ଚିତ୍ର...

ଓଡ଼ିଶା ଭାସ୍କର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ଯୁସେକ ପାଣି ଛଡା ଯିବା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ଯା ଆସିଛି ।

ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୯୬ ମିଟରରେ ପ୍ରବାହିତ ହେଉଛି । ଷଷ୍ଠ ଥର ବନ୍ଯା ଆସିବା ଯୋଗୁଁ ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ବ ଗାଁ ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ ଗାଁଆ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତ ର ୫୦ରୁ ଉର୍ଧ୍ବ ଗାଁଆ ପାଣି ଘେରରେ ରହିଛି ।

ଅନେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ହଜାର ହଜାର ହେକ୍ଟର ଚାଷଜମିରେ ବନ୍ଯା ପାଣି ପ୍ରବେଶ କରିବା ଯୋଗୁଁ ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା କରା ଯାଉଛି । ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ ବିଭିନ୍ନ ବନ୍ଯା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୫ ତାରିଖ(ସୋମବାର)ଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ପବନ ଓ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଗଜପତି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାକି ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗିରହିବ। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସହ ଉତ୍ତର ବଙ୍ଗୋପସାଗର ଉପରେ ବର୍ଷା ପବନ ରହିବାକୁ ଥିବାରୁ ଉତ୍ତର ଓଡ଼ିଶା ଉପକୂଳ ଓ ଉତ୍ତର ବଙ୍ଗୋପସାଗର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ପଶ୍ଚିମ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଛି। ଏଥିସହ ଜଡ଼ିତ ଉପର ବାୟୁ ପୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ ଆଡ଼କୁ ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଯିବ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦ ମିମିରୁ  ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି।