fbpx

ପ୍ରସିଦ୍ଧ କୁକୁଡା ମୃତ୍ୟୁରେ କାନ୍ଦୁଛି ସାରା ସହର: ହତ୍ୟା ଅଭିଯୋଗରେ ପୋଲିସ କର୍ମୀଙ୍କୁ ଗିରଫ ପାଇଁ ଦାବି

ନୂଆଦିଲ୍ଲୀ: ସାରା ସହର ଆଖିରେ ଲୁହ ଆଉ ଛାତିରେ କୋହ । କାରଣ ସେମାନଙ୍କୁ ଛାଡି ଚାଲିଯାଇଛି ତାଙ୍କର ଅତି ପ୍ରିୟର କୁକୁଡା କାର୍ଲ । କୁକୁଡା ମୃତ୍ୟୁରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି । ସହରର ୧୮ ହଜାରରୁ ଅଧିକ ଲୋକ କୁକୁଡାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଜଣେ ପୋଲିସ ଅଧିକାରୀଙ୍କୁ କୁକୁଡା ହତ୍ୟାର ଅପରାଧୀ ବୋଲି କହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ମିସିସିପି ନାମକ ଏକ ଛୋଟ ସହରରେ ଦେଖିବାକୁ ମିଳିଛି ଏମିତି ଏକ ଅଦ୍ଭୁତ ଘଟଣା । କୁକୁଡା ହତ୍ୟାକୁ ନେଇ ସହରରେ ଦେଖାଦେଇଛି ଉତ୍ତେଜନା । କିଛି ଦିନ ତଳେ ସହରର ସମସ୍ତଙ୍କ ପ୍ରିୟ କୁକୁଡା ଗାଏବ ହୋଇଯାଇଥିଲା । ତେବେ ତାକୁ ଅପହରଣ କରାଯାଇ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜରେ ଜଣେ ମହିଳା ଅଧିକାରୀ ଏବଂ ତାଙ୍କର ସାଥୀ ଏପ୍ରିଲ ୨୪ ତାରିଖ ସକାଳ ୩ଟାରେ କୁକୁଡାକୁ ନେଇଯାଇଥିବା ଦେଖାଯାଇଛି । କେବଳ ଏତିକି ନୁହେଁ, ୧୫ ମିନିଟ ପରେ ପାର୍କିଂରେ କାର୍ଲର ଶବ ଡମ୍ପ କରିତିବା ମଧ୍ୟ ରେକର୍ଡ ହୋଇଛି । ତେଣୁ ସେହି ମହିଳା ଅଧିକାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ସହରବାସୀ । ସେପଟେ ଏ ପର୍ଯ୍ୟନ୍ତ କାର୍ଲର ଶବ ଉଦ୍ଧାର ହୋଇ ପାରିନାହିଁ ।

ତେବେ ଏହି ଅଭିଯୋଗ ପରେ ପୋଲିସ ମ୍ୟାଡମଙ୍କ ବିରୋଧରେ ପଶୁ କ୍ରୁରତା ନେଇ ନୋଟିସ ଜାରି କରାଯାଇତିଲା । ଏହାପରେ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି । ସହରର ପିଲାମାନେ କାର୍ଲର ସ୍ମୃତିରେ ଚିଠି ଲେଖି ସମସ୍ତଙ୍କ ଝରକା ପଟେ ଫିଙ୍ଗି ଦେଇଥିଲେ । ଏହାପରେ ସାରା ସହରରେ ମହିଳା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।

Get real time updates directly on you device, subscribe now.