ଭୁବନେଶ୍ୱର: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ୧୨ ଡିସେମ୍ବରରେ ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା।
ଏହି ଶୀତକାଳୀନ ଅଧିବେଶନ କାର୍ଯ ଦିବସ ପୂର୍ବରୁ ଶେଷ ହୋଇଛି। ଅଧିବେଶନରେ ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି। ୨ଟି ସରକାରୀ ବିଲ୍ ପାରିତ ସହ ୧୦ଟି ବେସରକାରୀ ବିଲ୍ ଆଗତ ହୋଇଛି। ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକାର୍ଯ୍ୟ ଶେଷ ହୋଇଛି। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଆଜି ଅନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି।