ପ୍ରଥମେ ମହିଳାଙ୍କ ଦେହକୁ କ୍ଷତବିକ୍ଷତ କଲେ, ତାପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ !
ଜଙ୍ଗଲରେ ପଡି ରହିଛି ମହିଳାଙ୍କ କ୍ଷତବିକ୍ଷତ ମୃତଦେହ।
ଉଦଳା: ପୁଣି ଏକ ହତ୍ୟା। ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ। ଆଉ ଦେହରେ ରହିଛି ଅସଂଖ୍ୟ କ୍ଷତ। ହଣା ଦାଗ ସହ କଟା ଦାଗ। ଆଉ ଏଥିରୁ ଅନୁମାନ କରାଯାଉଛି କି, କେହି ମହିଳାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଛି।
ହଁ ଉଦଳା କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରେ କ୍ଷତବିକ୍ଷତ ହୋଇ ପଡି ରହିଛି ମହିଳାଙ୍କ ମୃତଦେହ। ହେଲେ ଏବେସୁଦ୍ଧା ସଠିକ୍ ଭାବରେ ଜଣାପଡିନାହିଁ କି ମହିଳାଙ୍କ ମୃତ୍ୟୁ କିପରି ହେଲା, ଆଉ ସେ ଜଙ୍ଗଲକୁ କିପରି ଆସିଲେ।
ଜଙ୍ଗଲରେ ମହିଳାଙ୍କ ମୃତଦେହ ପଡିଥିବାର ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାସହ ମହିଳାଜଣକ ବିଦ୍ୟାଧରନଗରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହାସହ ପୋଲିସ ମଧ୍ୟ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏବେ ସୁଦ୍ଧା କୌଣସି ସୁରାକ ମିଳିପାରିନାହିଁ।