fbpx

ମାସ୍କ ଲଗାଇ ନଥିବାରୁ ପୋଲିସ ଉପରେ ମହିଳାଙ୍କ ନାଲି ଆଖି, କହିଲେ “ମୁଁ ମୋ ସ୍ୱାମୀକୁ କିସ୍ କରିବି କଣ କରିବ…”

ନୁଆଦିଲ୍ଲୀ, ୧୯ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଚେତନତା ରକ୍ଷା କରିବାକୁ ବାରମ୍ବାର ଅପିଲ୍ କରୁଛନ୍ତି । ତେଣୁ ସବୁ ସହରର ପୋଲିସ୍ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇଛିି । ହେଲେ କିଛି ବେପରୁଆ ଲୋକଙ୍କ ପାଇଁ ସଂକ୍ରମଣ ଆହୁରି ବଢ଼ିବାକୁ ଲାଗିଛି । ଏଭଳି କିଛି ବେପରୁଆ ଲୋକଙ୍କ ଉଦାହରଣ ଦେଖିବାକୁ ମିଳିଛି ନୁଆଦିଲ୍ଲୀରେ । ରବିବାର ଦିଲ୍ଲୀ ପୋଲିିସ୍ ଦରିଆଗଞ୍ଜରେ ମାସ୍କ ଚେକିଂ କରୁଥିଲେ । ଆଉ ଏହି ସମୟରେ ଦମ୍ପତି ବିନା ମାସ୍କରେ କାରରେ ବୁଲୁଥିଲେ । ପୋଲିସ୍ ଯେତେବେଳେ ସେମାନଙ୍କୁ ଅଟକାଇ ମାସ୍କ ବିଷୟରେ ପଚାରିଥିଲେ । ସେହି ଦମ୍ପତି ନିଜର ଭୁଲ୍ ମାନିବା ବଦଳରେ ଓଲଟି ପୋଲିସ୍ ଉପରେ ନାଲି ଆଖି ଦେଖାଇଥିଲେ । ଫଳରେ ପୋଲିସ୍ ଉକ୍ତ ଦମ୍ପତିଙ୍କ ବିରୋଧରେ ସାପ୍ତାହିକ ଲକଡାଉନ୍ ନିୟମ ଉଲଂଘନ ନିୟମ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ପୋଲିସ୍ ସହ ହେଉଥିବା ମତଭେଦର ଭିଡିଓ ଭାଇରାଲ୍ ହେଉଛି । ଏଥିରେ ଉଭୟ ମହିଳା ଏବଂ ତାଙ୍କ ସ୍ୱାମୀ ବିନା ଡରରେ ପୋଲିସ୍ ସହ ଦୁର୍ବବ୍ୟବହାର କରୁଛନ୍ତି । ମହିଳା ଜଣକ ପୋଲିସ୍ ସହ କଳି କରି କହୁଛନ୍ତି ଯେ, “କରୋନା ବାହାନାରେ ଲୋକଙ୍କୁ କାହିଁକି ଲୁଟୁଛ ଆଉ ଲୋକଙ୍କୁ ହଇରାଣ କରୁଛ । କିଛି କରୋନା ନାହିଁ । ମାସ୍କ ଲଗେଇବୁନି, କଣ କରିବ ତୁମେ ଆମର । ଏବେ ମୁଁ ମୋ ସ୍ୱାମୀକୁ କିସ୍ କରିବି କଣ କରିବ ମୋର……ମୋ ଯାହା ଇଛା ସେଇୟା କରିବି । ତୁମେ ମାନେ ମୋ ଗାଡିକୁ କାହିଁକି ରୋକିଛ” ।

ଉକ୍ତ ଦମ୍ପତି ବିନା କରୋନା ପାସ୍ ରେ ରାସ୍ତାରେ ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିଲେ । ଯେତେବେଳେ ସେମାନଙ୍କୁ ଗାଡି ରୋକିବାକୁ କୁହାଗଲା ସେମାନେ ପୋଲିସ୍ କୁ ଦୁର୍ବବ୍ୟବହାର କରିବା ଆରମ୍ଭ କରିଥିଲେ । ଫାଇନ୍ ଦେବାକୁ ମଧ୍ୟ ସିଧା ସିଧା ମନା କରିଦେଲେ । ଏହାପରେ ପୋଲିସ୍ ଥାନାରୁ କର୍ମଚାରୀଙ୍କୁ ଡାକି ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.