fbpx

ବାଣୀବିହାର ଓଭରବ୍ରିଜ ଉପରୁ ଡେଇଁଲେ ଯୁବତୀ, ଜଣାପଡ଼ୁନି କାରଣ

ଭୁବନେଶ୍ୱର: ଗଣେଶ ପୂଜା ପାଇଁ ଆଜି ସାରା ରାଜ୍ୟ ସମେତ ରାଜଧାନୀରେ ଉତ୍ସବର ମାହୋଲ ଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି । ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରୁ ଜଣେ ଯୁବତୀ ଡେଇଁପଡ଼ିଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ଯୁବତୀ ଜଣକ ଡେଇଁପଡ଼ିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

ପୁଲିସ ଏବେ ଘଟଣାର ଅନୁସନ୍ଧାନ କରୁଛି ଜ୍ଝ ଯୁବତୀ ଜଣକ ସେଲ୍ଫି ଉଠାଉଥିବାବେଳେ ପଡିଗଲେ ନା ଜାଣିଶୁଣି ଡେଇଁପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ । ଓଭରବ୍ରିଜ ଉପରେ ଯୁବତୀଙ୍କ ଗାଡି ଥୁଆ ହୋଇଥିବାବେଳେ ସେ ଗାଡି ରଖି ଡେଇଁପଡ଼ିଥିବାର କୁହାଯାଉଛି । ତେବେ ଯୁବତୀ ଜଣକ ବାଲେଶ୍ବରର ବିଘ୍ନେସିନୀ ତିଆଡ଼ି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

Get real time updates directly on you device, subscribe now.