ଯୁବତୀଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ! ଲିଫ୍ଟ ବାହାନାରେ ଚାଲିଛି ବଣ୍ଟି-ବବଲିଙ୍କ ରାକେର୍ଟ
ରାସ୍ତାରେ ଛିଡ଼ା ହୋଇ ଲିଫ୍ଟ ମାଗୁଛନ୍ତି। ତାପରେ ପ୍ରେମ ଜାଲରେ ଫସାଇ ବ୍ଲାକମେଲ୍ କରି ଟଙ୍କା ଲୁଟୁଛନ୍ତି।
ଉତ୍ତରାଖଣ୍ଡ: ଆପଣ ଯୁବତୀମାନଙ୍କୁ ରାସ୍ତାରେ ଲିଫ୍ଟ ଦେଉଛନ୍ତି କି? ଅସହାୟ ଭାବି ଯୁବତୀଙ୍କୁ ସାହାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଲିଫ୍ଟ ଦେଉଛନ୍ତି କି? ତାହାଲେ ଟିକେ ସାବଧାନ ରୁହନ୍ତୁ। କାରଣ ଲିଫ୍ଟ ବାହାନାରେ ଚାଲିଛି ବ୍ଲାକମେଲିଂ ଆଉ ଲୁଟ୍।
ରାସ୍ତାରେ ଚାଲିଛି ବଣ୍ଟି-ବବଲିଙ୍କ ରାକେଟ୍। ଏକଥା ଆମେ କହୁନାହୁଁ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଆଉ ପ୍ରେମିକ ମିଶି ଲିଫ୍ଟ ବାହାନାରେ ପାଖାପାଖି ୫୦ରୁ ଅଧିକ ଲୋକଙ୍କୁ ଫସାଇ ଥିବା ଘଟଣା ଏବେ ସାମ୍ନାକୁ ଆସିଛି।
ଲିଫ୍ଟ ବାହାନାରେ ବ୍ଲାକମେଲିଂ: ହଁ ଦୁଇଜଣ ପ୍ରେମୀ ଯୁଗଳ ଚଳାଇଥିଲେ ରାକେଟ୍। ପ୍ରଥମେ ଯୁବତୀ ଜଣକ ରାସ୍ତାରେ ଛିଡ଼ା ହୋଇ ଲିଫ୍ଟ ମାଗୁଥିଲେ। ଆଉ ତାଙ୍କୁ ଯେଉଁ ବ୍ୟକ୍ତି ଲିଫ୍ଟ ଦେଉଥିଲେ, ପ୍ରଥମେ ତାଙ୍କ ସହ ବନ୍ଧୁତା କରୁଥିଲେ।
ଆଉ ପରେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ। ଆଉ ଶେଷରେ ହୋଟେଲକୁ ନେଉଥିଲେ। ସେପଟେ ଯୁବତୀଙ୍କ ବୟଫ୍ରେଣ୍ଡ କୌଣସି ବାହାନା କରି ସେହି ହୋଟେଲରେ ପହଞ୍ଚୁଥିଲେ।
ଆଉ ସେମାନଙ୍କର ଆପତ୍ତିଜନକ ଭିଡ଼ିଓ କରୁଥିଲେ। ଶେଷରେ ସେହି ଭିଡ଼ିଓ ଦେଖାଇ ଲୋକଙ୍କୁ ଫସାଉଥିଲେ। ଆଉ ଟଙ୍କା ମାଗୁଥିଲେ। ଯେଉଁମାନେ ଟଙ୍କା ଦେବାକୁ ରାଜି ହୁଅନ୍ତି ନାହିଁ, ସେମାନଙ୍କୁ ବଳାତ୍କାର ମାମଲାରେ ଫସାଇ ଦେବାକୁ ବାଧ୍ୟ କରୁଥିଲେ। ଏହିପରି ପାଖାପାଖି ୫୦ରୁ ଅଧିକ ଲୋକଙ୍କ ପାଖରୁ ଟଙ୍କା ହଡପ କରୁଥିଲେ ବଣ୍ଟି-ବବଲି।
ଧରା ପଡ଼ିଲେ ଅଭିଯୁକ୍ତ: ତେବେ ଏହି ଘଟଣାଟି ଆମ ଓଡ଼ିଶାର ନ ହୋଇଥିଲେ ମଧ୍ୟ ପୁରା ଖବର ସାମ୍ନାକୁ ଆସିବା ପରେ ଲିଫ୍ଟ ଦେଉଥିବା ଲୋକ ସତର୍କ ହୋଇଯାଇଛନ୍ତି। ଘଟଣାଟି ହେଉଛି ଉତ୍ତରାଖଣ୍ଡର ପୌଡ଼ି ଗଡ଼ଓ୍ଵାଲର।
ପୋଲିସର କହିବା କଥା, “କୋଟଦ୍ୱାରରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ଜଣେ ଯୁବତୀ ଓ ତାଙ୍କ ପ୍ରେମିକ ତାଙ୍କୁ ରେପ ମାମଲାରେ ଫସାଇବାକୁ ଧମକ ଦେଇ ଟଙ୍କା ଆଦାୟ କରିଛନ୍ତି।”
ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଶେଷରେ ପୋଲିସ ହାବୁଡ଼ରୁ ଖସି ଯାଇପାରିନଥିଲେ ଅଭିଯୁକ୍ତ ପ୍ରେମିକ-ପ୍ରେମିକା। ଶେଷରେ ପୋଲିସ ହାତରେ ଧରା ପଡିବା ପରେ ନିଜ ସବୁ ଦୋଷ ମାନିଛନ୍ତି ଦୁହେଁ।
ଅଭିଯୁକ୍ତଙ୍କ ପରିଚୟ: ସୂଚନାନୁସାରେ, ଅଭିଯୁକ୍ତଙ୍କ ପରିଚୟ ଉତ୍ତରପ୍ରଦେଶର ନଜିବାବାଦ ବିଜନୌରର ତାହାରପୁର ନିବାସୀ ଅଭିଯୁକ୍ତ ନବଜୋତ ସିଂହ ଏବଂ ବିଜନୌର ୟୁପିର ମଣ୍ଡାୱାଲିର ପ୍ରେମପୁରୀ ନିବାସୀ ନିଧି ଶର୍ମା।
ନିଧି ଏକାକୀ ରାସ୍ତାରେ ଛିଡ଼ା ହୋଇ ଗାଡ଼ି ଚାଳକମାନଙ୍କଠାରୁ ଲିଫ୍ଟ ମାଗୁଥିଲା। ଏବଂ ପରେ ଦୁହେଁ ମିଶି ନିଜ ପ୍ଲାନକୁ ସଫଳ କରୁଥିବା ପୋଲିସ ଆଗରେ ଟିକନିଖି ବଖାଣିଛନ୍ତି।