IPLରେ ରାଜସ୍ଥାନର ପରାଜୟ ସହି ପାରିଲେନି ଯୁବକ: ନେଇଗଲେ ଏମିତି ଏକ ପଦକ୍ଷେପ

ନୂଆଦିଲ୍ଲୀ: IPL ୨୦୨୨ ଫାଇନାଲରେ ରାଜସ୍ଥାନକୁ ମାତ ଦେଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବା ବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ରାଜସ୍ଥାନର ଏମିତି ଜଣେ ପ୍ରଶଂସକ ଦଳର ପରାଜୟ ସହି ନପାରି ଏକ ବଡ ପଦକ୍ଷେପ ନେଇ ଯାଇଛନ୍ତି । ରେଳ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୨୦ ବର୍ଷର ଜଣେ ଯୁବକ ।

ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାରେ । IPL ଫାଇନାଲରେ ନିଜ ପ୍ରିୟ ଦଳ ରାଜସ୍ଥାନର ପରାଜୟକୁ ସହଜରେ ଗ୍ରହଣ କରିପାରି ନଥିଲେ ଏହି ଯୁବକ । ତେଣୁ ଏହି ଦୁଃଖରେ ଟ୍ରେନ ସାମନାକୁ ଡେଇଁ ପ୍ରାଣବଳି ଦେଇଛନ୍ତି । ତଦନ୍ତରୁ ମୃତକଙ୍କ ପରିଚୟ ପାଇଛି ପୋଲିସ । ଚୌରି ଥାନା ଅଞ୍ଚଳର ବନକଟ ଗ୍ରାମର ରାକେଶ ପଟେଲ ନାମରେ ଏହି ଯୁବକଙ୍କ ପରିଚୟ କରାଯାଇଛି । ମ୍ୟାଚରେ ରାଜସ୍ଥାନ ହାରିବା ପରେ ସେ ଘରୁ ବାହାରି ଯାଇଥିଲେ, କିନ୍ତୁ ଆଉ ଫେରି ନଥିଲେ । ପରେ ଆଜି ସକାଳୁ ଯ୍ରେନ ଲାଇନରେ ତାଙ୍କ ମୃତଦେହ ଜବତ କରିଛି ପୋଲିସ ।

ତେବେ ଫାଇନାଲରେ ମ୍ୟାଚକୁ ନେଇ ଟଙ୍କା ଲଗାଇଥିବା ବେଳେ ଏହାକୁ ହାରିଯିବା ଭୟରେ ଏମିତି କରିତିବା ଅନୁମାନ କରୁଛି ପୋଲିସ । ତେବେ ଏହା କେତେଦୂର ସତ ସେ ନେଇ କୌଣସି ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ଶେଷ ହୋଇ ସାରିଛି । ତେବେ ରେଜଲ୍ଟକୁ ଅପେକ୍ଷା କରିଛି ରାକେଶଙ୍କ ପରିବାର ଲୋକେ ।