fbpx

ପ୍ରଧାନମନ୍ତ୍ରୀଙ୍କ ଗାଡି ଆଗକୁ ଡେଇଁବାକୁ ଚେଷ୍ଟା କରୁଥିଲେ ଯୁବକ, ସୁରକ୍ଷାକର୍ମୀ କଲେ କାବୁ

Advertisement

ବାରାଣାସୀ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବଳୟକୁ ଭେଦ କରି ଏକ ଯୁବକ ତାଙ୍କ କାର ନିକଟକୁ ପଳାଇଥିଲା । ଏହା ପରେ ସୁରକ୍ଷା କର୍ମୀ ତାଙ୍କୁ ଧରିଥିଲେ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ରାକ୍ଷ କନଭେସନ ସେଣ୍ଟରୁ ବିମାନ ବନ୍ଦରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଯୁବକ ପ୍ରଧାନମନ୍ତ୍ରୀଙ୍କ ଗାଡି ଆଗକୁ ଡେଇଁ ପଡିବାକୁ ଉଦ୍ୟମ କରୁଥିଲା । ଏହା ପରେ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ ।

ତେବେ ଯୁବକଙ୍କୁ ପଚରା ଉଚରା କରାଯିବା ପରେ ସେ କହିଥିଲେ ସେନାରେ ଚାକିରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଥିଲେ । ସେ ଜଣେ ବିଜେପି କର୍ମୀ ମଧ୍ୟ । ଏବେ ଏହି ଯୁବକଙ୍କ ପଚରା ଉଚରା ଜାରି ରହିଛି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଏକ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଉଦଘାଟନ କରିବା ପାଇଁ ସେଠାକୁ ଯାଇଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଏଠାରେ ଷ୍ଟାଡିୟମ ନିର୍ମାଣ କେବଳ ଖେଳର ବିକାଶ ନୁହେଁ ଏହା ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଏ । ଆଜି ସମସ୍ତେ ଜାରନ୍ତି ଯିଏ ଖେଳିବ ସେ ଆଗକୁ ବଢିବ ।

Get real time updates directly on you device, subscribe now.