fbpx

ଓଡ଼ିଶାର ଏହି ସ୍ଥାନରେ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଭାବରେ ୭୩୩ ଜଣଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେଉଁଠି

ଭୁବନେଶ୍ୱର : ପୁରୀ ଜିଲ୍ଲା ପରିଷଦ ପକ୍ଷରୁ ଚୁକ୍ତିଭିତ୍ତିକ ୭୩୩ ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଳା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଡକ୍ଟର ସମ୍ବିତ୍‍ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଓ ଜିଲାପାଳ ପ୍ରମୁଖ ଯୋଗଦେଇଥିଲେ । ଖାଲି ପଡିଥିବା ସ୍କୁଲଗୁଡ଼ିକରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପାଇଁ ଅନୁମୋଦନ ମିଳିଥିଲା ।

Get real time updates directly on you device, subscribe now.