fbpx

ଏହି ୫ଟି ଦେଶରେ ରହିଛି ୧ ହଜାରରୁ ଅଧିକ ଏୟାରପୋର୍ଟ

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ବିମାନ ଦ୍ୱାରା କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଥାଏ । ତେବେ ଏମିତି କିଛି ଦେଶ ଅଛି ଯେଉଁଠି ୧ ହଜାରରୁ ଅଧିକ ଏୟାରପୋର୍ଟ ସୁବିଧା ରହିଛି ।

୧. ବର୍ତ୍ତମାନ ସମୟରେ ଆମେରିକାରେ ସବୁଠାରୁ ଅଧିକ ଏୟାରପୋର୍ଟ ରହିଛି । ଆମେରିକାରେ ମୋଟ୍ ୧୪, ୭୧୨ ଏୟୟାରପୋର୍ଟ ରହିଛି । ପ୍ରତି ବର୍ଷ ଲକ୍ଷ ଲକ୍ଷ ବ୍ୟକ୍ତି ବିମାନ ଯାତ୍ରା କରିଥାନ୍ତି । ଏଥିମଧ୍ୟରୁ ୧୦୨ଟି ଏୟାରପୋର୍ଟ ଆନ୍ତର୍ଜାତୀୟ ସେବା ପ୍ରଦାନ କରିଥାଏ ।

୨. ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ ଯେଉଁଠି ୪, ୦୯୩ ଏୟାରପୋର୍ଟ ରହିଛି । ଏଠାରେ କେବଳ ୨୩ଟି ଆନ୍ତର୍ଜାତୀୟ ଏୟାରପୋର୍ଟ ରହିଛି ।

୩. ତୃତୀୟ ସ୍ଥାନରେ ରହିଛି ମେକ୍ସିକୋ ଯେଉଁଠି ୧୭୧୪ ଏୟାରପୋର୍ଟ ରହିଛି । ଏଥିମଧ୍ୟରୁ କେବଳ ୩୬ ଆନ୍ତର୍ଜାତୀୟ ଏୟାରପୋର୍ଟ ରହିଛି ।

୪. ଚତୁର୍ଥ ସ୍ଥାନରେ ରହିଛି କାନାଡା ଯେଉଁଠି ୧୪୬୭ ଏୟାରପୋର୍ଟ ରହିଛି । କାନାଡା ଏହାର ପ୍ରାକୃତିକ ସୁନ୍ଦରତା ଏବଂ ସ୍ୱଚ୍ଛ ପରିବେଶ ପାଇଁ ଲୋକପ୍ରିୟ । ତେଣୁ କାନାଡା ଭାରତୀୟଙ୍କ ପ୍ରଥମ ପସନ୍ଦରେ ସାମିଲ ରହିଛି । ଏଠାରେ ଚାକିରି ଏବଂ ଭ୍ରମଣ କରିବା ସହ ବାସ କରିବା ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

୫. ରୁଷରେ ମୋଟ୍ ୧୨୧୮ ଏୟାରପୋର୍ଟ ରହିଛି । ଏଠାରେ ଆନ୍ତର୍ଜାତୀୟ ଏୟାରପୋର୍ଟର ସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ମସ୍କୋରେ ଗୋଟିଏ ମଧ୍ୟମ ଏବଂ ୨ଟି ବଡ଼ ଏୟାରପୋର୍ଟ ରହିଛି ଯାହା ୮୦ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ନିୟନ୍ତ୍ରିତ କରିଥାଏ ।

Get real time updates directly on you device, subscribe now.