ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କମିଶନର ଅଜୟ ମିଶ୍ର ସିଭିଲ୍ ଜଜ୍ କୋର୍ଟରେ ତାଙ୍କର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି । ଅଜୟ ମିଶ୍ର ମେ ୬ ଏବଂ ୭ ତାରିଖରେ ତାଙ୍କ ଦ୍ୱାରା କରାଯାଇଥିବା ସର୍ଭେର ରିପୋର୍ଟ ଦାଖଲ କରିଛନ୍ତି ।
ସେ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ ତାଙ୍କ ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ପ୍ରାୟ ୧୦୦ ରୁ ଅଧିକ ମୁସଲିମ ସେଠାରେ ଏକାଠି ହୋଇଥିଲେ ଏବଂ ସର୍ଭେ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବାକୁ ପ୍ରୟାସ କରୁଥିଲେ ।
ମିଶ୍ରାଙ୍କ ରିପୋର୍ଟ ଅନୂଯାୟୀ, ମୁସଲିମ ପକ୍ଷ ଦାବି କରୁଥବା ମସଜିଦକୁ ଦାବି କରୁଥିବା ଉତ୍ତର-ପଶ୍ଚିମ ଭାଗରେ ବିବାଦୀୟ କ୍ଷେତ୍ରରେ ପ୍ରକୃତରେ ପଥରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଖୋଦେଇ ହୋଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂରାତନ ପଥରରେ ହିନ୍ଦୁ ଧର୍ମର ପ୍ରତୀକ ରହିଛି ଯେପରିକି ପଦ୍ମ ଏବଂ ମୂର୍ତ୍ତି, ଯାହା ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି ଯେ ଏଠାରେ ହିନ୍ଦୁ ମନ୍ଦିର ରହିଥିଲା ।
ରିପୋର୍ଟରେ କୁହାଯାଇଛି ଯେ ଏହା ଉପରେ ହିଁ ନୂଆ ନିର୍ମାଣ କରାଯାଇଛି । ନିର୍ମାଣର ଉତ୍ତର ଭାଗରେ ଶେଷନାଗ ପ୍ରତୀକ ମଧ୍ୟ ରହିଛି । ଆଉ ପ୍ରମାଣ ସ୍ୱରୂପ ଏହି ସବୁର ଭିଡିଓଗ୍ରାଫ କରାଯାଇଛି ।