fbpx

ବ୍ୟବସାୟୀ ମାନଙ୍କ ପାଇଁ ଆସିଲା ଖୁସି ଖବର, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଏହି ମାଧ୍ୟମରେ ସରକାର ଜନତାଙ୍କ ସେବା ଓ କଲ୍ୟାଣ କରୁଛନ୍ତି । ଏହା ମଧ୍ୟରୁ ବହୁତ ଗୁଡିଏ ଯୋଜନା ଅଛି ସେଗୁଡିକୁ ସରକାର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନେଇ କରିଥାନ୍ତି ଏବଂ ଏହାପାଇଁ ଭିନ୍ନ ରାଶି ମଧ୍ୟ ଲୋକମାନଙ୍କୁ ଦିଆଯାଇଥାଏ । ଏହି ଯୋଜନା ମଧ୍ୟରୁ ମୁଦ୍ରା ଲୋନ ଅନ୍ୟତମ । ତେବେ ଏହି ଯୋଜନାରେ ସରକାର ବିଭିନ୍ନ କାଟାଗୋରୀ କରିଛନ୍ତି ଏବଂ ଯୋଗ୍ୟତା ପୂରଣ କରିବା ପରେ ସରକାରଙ୍କ ତରଫରୁ ରାଶୀ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ଦେଶରେ ଏମିତି ଲୋକ ଅଛନ୍ତି ଯେଉଁମାନେ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ହେଲେ ହାତରେ ପୁଞ୍ଜି ନଥିବା କାରଣରୁ କିଛି କରିପାରୁନାହାନ୍ତି । ଏହି ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ମୁଦ୍ରା ଲୋନ ବ୍ୟବସ୍ଥା କରିଛନ୍ତି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା ଅଟେ । ଏହି ସ୍କିମରେ ସରକାର ବ୍ୟବସାୟ କରୁଥିବା ବ୍ୟକ୍ତି, ଉଦ୍ୟେଗୀ ଏବଂ ସ୍ୱୟଂ ଉଦ୍ୟେଗୀ ପରିବାରକୁ ଦଶ ଲକ୍ଷ ପର୍ଯ୍ୟନ୍ତ ରାଶି ଦିଆଯିବାକୁ ଘୋଷଣା କରିଛନ୍ତି ।

ଖାଲି ଏତିକି ନୁହେଁ ସରକାରଙ୍କ ତରଫରୁ ବ୍ୟାପାର ଋଣ ଏବଂ ଏମଏସଏମଇ ଋଣ ପ୍ରଦାନ ପାଇଁ କ୍ରେଡିଟ ଫଣ୍ଡିଙ୍ଗ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ପାଇଁ ଏନବିଏମସି ବ୍ୟାଙ୍କ ଜରିଆରେ ଲୋନ ନେବା ଲୋକ ମାନଙ୍କୁ କୋଲାଟେରାଲ ସିକ୍ୟୁରିଟିର ଆବଶ୍ୟକ ପଡିବ ନାହିଁ । ଏହା ସହିତ ନାମକୁ ମାତ୍ର ପ୍ରୋସେସିଙ୍ଗ ଫିସ ଓ ଫୋରକ୍ଲୋଜର ଶୁଳ୍କ ଲାଗୁ କରାଯିବ । ଏହା ସହିତ ଏଥିରେ ଗୋଟେ ବର୍ଷରୁ ପାଂଚ ବର୍ଷ ପର୍ଯ୍ୟନ୍ତ ରିପେମେଣ୍ଟ ଅବଧୀ ପ୍ରଦାନ କରାଯିବ ।

 

ଏହି ଯୋଜନା ପାଇଁ ହୋଇଥିବା ଲୋନର ଋଣ ଆବେଦନକାରୀଙ୍କ ପ୍ରୋଫାଇଲ ଓ ବିଜନେସରେ ତାଙ୍କର କେତେ ଜରୁରୀ ରହିଛି ତାକୁ ଆଧାର କରାଯାଇ ଅର୍ଥ ଦିଆଯିବ । ମୁଦ୍ରା ଯୋଜନାକୁ ଶିଶୁ, କିଶୋର ଓ ତରୁଣ ନାମରେ ୩ଟି ଋଣରେ ବର୍ଗୀକରଣ କରାଯାଇଛି । ତେବେ ଶିଶୁ ସ୍କିମରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବା ସହ କୋଶୋର ସ୍କିମରେ ୫୦ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପ୍ରଦାନ କରାଯିବ । ଏହାପରେ ତରୁଣ ସ୍କିମରେ ୫ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ଲୋନ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.