fbpx

ନବୀନ ମନ୍ତ୍ରିମଣ୍ଡଳରେ ହେବ ପରିବର୍ତ୍ତନ: କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ, ରାଜା ସ୍ୱାଇଁଙ୍କୁ …

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିଜୟ ପରେ ରାଜନୀତି ସରଗରମ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Minister Raja Swain to go live on social media, urges to send questions by Feb 11

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଇସ୍ତଫା ପାଇଁ କୁହାଯାଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ରାଜା ସ୍ୱାଇଁଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି ସୂଚନା ମିଳିଛି । ଏହା ସହ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀ, ପଦ୍ମିନି ଦିଆନ, ରଘୁନନ୍ଦନ ଦାସଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବହୁତ୍ ମନ୍ତ୍ରୀ ଆଜି ସନ୍ଧ୍ୟାସୁଦ୍ଧା ଅନେକ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି ।

Get real time updates directly on you device, subscribe now.