fbpx

ମେ’ ୧ରୁ ଦେଶରେ ଏହିସବୁ କ୍ଷେତ୍ରରେ ହେବ ପରିବର୍ତ୍ତନ; ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ମେ’ ୧ରୁ ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର ୬ ଦିନ ପରେ ଦେଶରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡିବ । ପ୍ରାଇଭେଟ୍ ବ୍ୟାଙ୍କ ଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ ବହୁ ନିୟମ ବଦଳିବାକୁ ଯାଉଛି । ଏହା ସହିତ ଗ୍ୟାସ୍ ସିଲିଣ୍ଡର ଦାମ୍ ବି ବଦଳିଯିବ । ଆପଣ ବି ମେ’ ମାସ ଆସିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ କେଉଁ କାମ ଲାଗି ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ ।
୧-ଡକ୍ୟୁମେଣ୍ଟରେ ମା’ଙ୍କ ନାମ ରହିବା ଅନିବାର୍ଯ୍ୟ: ମହାରାଷ୍ଟ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଏବେ କୌଣସି ଡକ୍ୟୁମେଣ୍ଟରେ ମା’ଙ୍କ ନାମ ରହିବା ଅନିବାର୍ଯ୍ୟ । ଏହି ଡକ୍ୟୁମେଣ୍ଟ ମଧ୍ୟରେ ରହିଛି ଜନ୍ମପ୍ରମାଣପତ୍ର, ସ୍କୁଲ ଡକ୍ୟୁମେଣ୍ଟ, ପ୍ରପର୍ଟି ଡକ୍ୟୁମେଣ୍ଟ, ଆଧାର କାର୍ଡ ଓ ପାନ୍ କାର୍ଡ ଇତ୍ୟାଦି ।
୨-IDFC First Bank: ମେ’ ମାସରୁ ଏହି ବ୍ୟାଙ୍କ କେତେକ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ମେ’ ୧ ତାରିଖରୁ ଯଦି ଆପଣ –କ୍ରେଡିଟ୍ କାର୍ଡରେ ବିଲ୍ ଭରୁଛନ୍ତି ତେବେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଏଥିରେ ରହିଛି ଇଲେକ୍ଟ୍ରିସିଟି, ଗ୍ୟାସ୍‌, ଇଣ୍ଟରନେଟ୍‌, କେବୁଲ୍ ସର୍ଭିସ୍ ଓ ପାଣି ବିଲ୍ ଇତ୍ୟାଦି ।
୩-ICICI Bank ବ୍ୟାଙ୍କ କରିବାକୁ ଯାଉଛି ଏହି ପରିବର୍ତ୍ତନ:ବ୍ୟାଙ୍କ ଡେବିଟ୍ କାର୍ଡର ବାର୍ଷିକ ଫି’ ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ମେ’ ୧ ତାରିଖରୁ ନୂଆ ଚାର୍ଜ ଲାଗୁ ହୋଇଯିବ । ୧ ତାରିଖରୁ ସହରାଞ୍ଚଳ ଗ୍ରାହକଙ୍କୁ ୨୦୦ଟଙ୍କା ଓ ଗ୍ରାମୀଣ କ୍ଷେତ୍ର ଗ୍ରାହକଙ୍କୁ ୯୯ ଟଙ୍କା ଫି’ ଦେବାକୁ ହେବ ।
୪-Yes Bankବି କରୁଛି ପରିବର୍ତ୍ତନ: ପ୍ରାଇଭେଟ୍ ସେକ୍ଟର –ବ୍ୟାଙ୍କ ମେ’ ୧ ତାରିଖରୁ ଏହାର ବିଭିନ୍ନ ସେବାରେ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ଏହାର ମିନିମମ୍ ଆଭରେଜ୍ ବାଲାନ୍ସକୁ ରିଭାଇଜଡ୍ କରୁଛି । ଏହା ସହିତ ବ୍ୟାଙ୍କର ପ୍ରୋ ମାକ୍ସ ଆକାଉଣ୍ଟରେ ମିନିମମ୍ ଆଭରେଜ୍ ବାଲାନ୍ସ ୫୦ ହଜାରକୁ ବୃଦ୍ଧି କରିଛି ।
୫-ଏଲପିଜି ଗ୍ୟାସ୍ ସିଲିଣ୍ଡର ପ୍ରାଇସ୍‌: ପ୍ରତି ମାସର ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ପ୍ରାଇସ୍ ରିଭାଇଜ୍ ହୋଇଥାଏ । ଅଏଲ୍ ମାର୍କେଟିଙ୍ଗ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାଏ । ଏହା ସହିତ ସିଏନଜି ଓ ପିଏନଜି ମୂଲ୍ୟ ଧାର୍ଯ୍ୟ ହୋଇଥାଏ । କୁହାଯାଉଛି ମେ’ ମାସରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ଘଟିପାରେ ।

Get real time updates directly on you device, subscribe now.