fbpx

‘ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମୁହଁ ଖୋଲିଲେ ସୁନାମି ଆସିବ’-ବ୍ରିଜଭୁଷଣ ସିଂ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୁଷଣଙ୍କ ବିରୋଧରେ ଦେଶର ବଡ଼ ବଡ଼ କୁସ୍ତି ଯୋଦ୍ଧାମାନେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ବ୍ରିଜଭୁଷଣଙ୍କୁ ପଦବୀରୁ ହଟାଇବା ପାଇଁ ଗତ ଦୁଇଦିନ ଧରି ଜନ୍ତର ମନ୍ତର ଧାରଣା ବସିଛନ୍ତି। ଏହାରି ମଧ୍ୟରେ ବ୍ରିଜଭୁଷଣ କହିଛନ୍ତି ଯେ, ଏହି ମାମଲା ବିଷୟରେ ପିଏମ୍‌ଓ ଏବଂ ଗ୍ରହମନ୍ତ୍ରଳାୟ ସହିତ କୋଣସି ଆଲୋଚନା କରି ନାହିଁ। ତେବେ ଇସ୍ତଫା ଦେବାର କୌଣସି ପ୍ରଶ୍ନ ଉଠୁ ନାହିଁ।

ଏହା ସହିତ ବ୍ରିଜଭୁଷଣ କହିଛନ୍ତି ଯେ, ‘ମୁଁ ଯଦି ମୁହଁ ଖୋଲିବି ତେବେ ସୁନାମି ଆସିଯିବ। କାହାର ଦୟାରେ ମୁଁ ଏଠାରେ ବସିନାହିଁ। ନିର୍ବାଚିତ ହୋଇ ଆସିଛି।’ ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୁଷଣ ଶରଣ ସିଂ କହିଛନ୍ତି ଯେ, ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ମହିଳା କୁସ୍ତିଯୋଦ୍ଧାଙ୍କ ଇଜ୍ଜତ ସହିତ ଖେଳିବା ଭଳି କୁତ୍ସିତ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ତେବେ ଏହାର ଫର୍ଦ୍ଧାଫାସ ସେ ସାମ୍ବାଦିକ ସମ୍ମିଳନୀରେ କହିବେ ବୋଲି କହିଥିଲେ।

କହିରଖୁ ଯେ ଧାରଣାରେ ବସିଥିବା ବିନେଶ ଫୋଗାଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ସମେତ ଦେଶର କେତେକ କୁସ୍ତି ଖେଳାଳି ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ ସଭାପତି) ବ୍ରିଜ ଭୂଷଣ ଶରଣ ସିଂ ଏବଂ କୋଚଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ତଥା ଅଲିମ୍ପିଆନ୍ ଭିନେଶ ଦାବି କରିଛନ୍ତି ଯେ ଅନେକ କୋଚ୍ ମହିଳା ରେସଲରଙ୍କୁ ମଧ୍ୟ ଶୋଷଣ କରିଛନ୍ତି। ଏହି କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ପାଇନାହୁଁ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ନିଶ୍ଚିତତା ଗ୍ରହଣ କରାଯାଇଛି। କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ସଂଗଠନର ମୁଖ୍ୟଙ୍କୁ ହଟାଇ ଜେଲ ଯିବା ପର୍ଯ୍ୟନ୍ତ ଆମେ ଏହି ମାମଲା ଛାଡିବୁ ନାହିଁ। ଯଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ପୋଲିସ ପାଖକୁ ଯିବୁ।

Get real time updates directly on you device, subscribe now.