ଗରମ ସିଜିନରେ ଫିଟ୍ ରହିବା ପାଇଁ ନିଜର ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସାମାନ୍ୟ ବ୍ୟତିକ୍ରମ ହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏହି ସିଜିନରେ ଅଧିକାଂଶ ଲୋକ ଡିହାଇଡ୍ରେସନର ଶିକାର ହେବା ସହ ଭିଟାମିନ୍, ମିନେରାଲ୍ସ ଆଦିର ଅଭାବ ଦେଖାଦେଇଥାଏ । ଆସନ୍ତୁ ଜାଣିବା ଗରମରେ ସୁସ୍ଥ ରହିବା ପାଇଁ କେଉଁ ଖାଦ୍ୟ ସବୁକୁ ସାମିଲ କରିବା ଉଚିତ।
– ଟମାଟୋରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନରେ ଭରପୁର ରହିଥାଏ । ଏଥିରେ ଲାଇକୋପିନ ନାମକ ଏକ ଉପକାରୀ ଫାଇଟୋକେମିକାଲ୍ସ ଥିବାରୁ ତାହା କ୍ୟାନସର ପରି ଭୟଙ୍କର ରୋଗରୁ ରକ୍ଷା କରିଥାଏ । ଗରମ ସିଜିନରେ ଟମୋଟା ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।
– ଭରପୁର ପ୍ରୋଟିନ ଥିବା ଦହି ଗରମ ଦିନରେ ଖାଇବା ଶରୀରକୁ ଅନେକ ଫାଇଦା ଦେଇଥାଏ । ଦହି ଖାଇବା ଦ୍ୱାରା ପେଟ ପୂର୍ଣ୍ଣ ରହିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଦହିରେ ପ୍ରୋବାୟୋଟିକ୍ସ ରହିଥିବାରୁ ତାହା ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟକ ହୋଇଥାଏ ।
– ଗରମ ଦିନରେ ଶରୀରକୁ ଥଣ୍ଡା ରଖିବା ସହ ଡିହାଇଡ୍ରେସନ ଦୂର କରିବା ପାଇଁ ତରଭୁଜ ଖାଇବା ନିହାତି ଦରକାର । ତରଭୁଜରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହାକୁ ଖାଇବା ପରେ ଜଲଦି ଭୋକ ଲାଗେ ନାହିଁ । ଗରମ ସିଜିନରେ ସ୍କିନକୁ ବାହ୍ୟ ସଂକ୍ରମଣରୁ ତରଭୁଜ ରକ୍ଷା କରିଥାଏ ।