ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷ ରଖିବା ଦ୍ୱାରା ଆର୍ଥିକ ସଂକଟ ଦୂର ହୋଇଥାଏ । ଘରେ କେବେ ବି ଅର୍ଥାଭାବ ଦେଖାଦିଏ ନାହିଁ ।
୧-ଘରେ ଭଗବାନ ଗଣେଶଙ୍କ ପ୍ରତିମା ନିଶ୍ଚୟ ସ୍ଥାପନ କରନ୍ତୁ । ଗଣେଶଜୀଙ୍କୁ ବିଘ୍ନହର୍ତ୍ତା କୁହାଯାଏ । ସେ ଆପଣଙ୍କ ସମସ୍ତ ବାଧା ଦୂର କରିଥାନ୍ତି ।
୨-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ନଡିଆ ବା ଶ୍ରୀଫଳ ରଖିବା ବହୁତ ଶୁଭ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଘରେ ନଡିଆ ନିହାତି ରଖନ୍ତୁ ।
୩-ପୂଜା ଘରେ ଶଙ୍ଖ ରଖିବା ବି ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଘରୁ ବାସ୍ତୁଦୋଷ ଦୂର ହୋଇଥାଏ ଓ ସର୍ବଦା ଖୁସୀ ଲାଗି ରହିଥାଏ ।
୪-ଘରେ ମା’ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ । ବାସ୍ତୁ ଅନୁସାରେ ଘରେ କୁବେରଜୀ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ୱାରା ଧନର ଅଭାବ ରହେ ନାହିଁ ।