ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କର କିଛି ନା କିଛି ବିଶେଷ୍ୱତ ରହିଛି । କେଉଁ ରାଶିର ବ୍ୟକ୍ତି ନିର୍ଭୟ ଓ ସାହାସି ହୋଇଥାନ୍ତି ତ ଆଉ କେଉଁ ରାଶିର ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି । ତେବେ ଏପରି କିଛି ରାଶି ରହିଛି ଯେଉଁ ରାଶିର ବ୍ୟକ୍ତିମାନେ ଅତି ସହଜରେ ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି ଏଥିସହିତ ସେମାନେ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୪ଟି ରାଶିର ବ୍ୟକ୍ତି ମୁଖ୍ୟତଃ ଅଧିକ ଆକର୍ଷଣ ହୋଇଥାନ୍ତି । ଯେଉଁମାନେ ଖୁବ୍ ଶିଘ୍ର ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏଥିସହିତ ସେମାନେ କଥା କହିବାରେ ମଧ୍ୟ ମାହିର ଥାଆନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରାଶିର ବ୍ୟକ୍ତିମାନଙ୍କ ବିଷୟରେ ।
ମିଥୁନ: ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ ହୋଇଥାନ୍ତି । ତେଣୁ ବୁଧ ଗ୍ରହର ପ୍ରଭାବ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିଥାଏ । ଯେଉଁ କାରଣରୁ ଏମାନେ କଥା କହିବାରେ ମାହିର ହେବା ସହ ବୁଦ୍ଧିମାନ ଏବଂ ହସମୁଖ ସ୍ୱାଭାବର ହୋଇଥାନ୍ତି । ତେବେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ନଜରରେ ଆନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି ।ଏତତ୍ ବ୍ୟତୀତ ଏମାନେ ବହୁତ ମେଳାପୀ ହୋଇଥାନ୍ତି ଏବଂ ଅନେକ ସାଙ୍ଗ ସାଥି କରିଥାନ୍ତି ।
ସିଂହ: ଏହିରାଶିର ବ୍ୟକ୍ତିମନଙ୍କର ସ୍ୱାଭାବ କାରଣରୁ ସେମାନେ ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି । ସିଂହ ରାଶିର ବ୍ୟକ୍ତିମାନେ ଯେଉଁଆଡେ ଯାଇନ୍ତି ସେମାନେ ନିଜର ଛାପ ଛାଡି ଆସନ୍ତି । ଏମାନେ ପ୍ରଥମ ଦେଖାରେ ହିଁ ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି । ତେବେ ଏମାନଙ୍କର ସମାଜରେ ଅନେକ ମାନସମ୍ମାନ ରହିଥାଏ ।
ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ ହୋଇଥାନ୍ତି । ଯାହାର ପ୍ରଭାବରେ ଏହି ରାଶିର ବ୍ୟକ୍ତିମାନେ ନରମ ସ୍ୱଭାବ ହୋଇଥାନ୍ତି । ଯାହାକି ଅନ୍ୟମାନଙ୍କୁ ତାଙ୍କ ନିକଟକୁ ଆକର୍ଷିତ କରିଥାଏ । ଏହି ରାଶିର ଯୁବକମାନେ ବହୁତ ଶୀଘ୍ର ଝିଅମାନଙ୍କର ହୃଦୟ ଜିତିଥାନ୍ତି ଏଥିସହିତ ଏମାନଙ୍କ ଆଖିରେ ଭିନ୍ନ ଏକ ଆକର୍ଷଣ ରହିଥାଏ ।
ମକର: ଏହି ରାଶିର ବ୍ୟକ୍ତିମନେ ହସମୁଖ ସ୍ୱଭାବର ହୋଇଥାନ୍ତି । ଲୋକଙ୍କୁ ନିଜ ଆଡକୁ କିପରି ଆକର୍ଷିତ କରାଯାଏ ଏହି କଳା ତାଙ୍କୁ ବେଶ ଜଣାଥାଏ । ମକର ରାଶିର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ଓ ଚାଲାଖ ହୋଇଥାନ୍ତି । ଏମାନେ ଯତ୍ନବାନ ସ୍ୱାଭାବ ହୋଇଥାନ୍ତି ।