ପେଟକୁ ଯିବା ମାତ୍ରେ ପଥର ହୋଇଯାଏ ଏହି ୫ଟି ଖାଦ୍ୟ, ଖାଇବା ପୂର୍ବରୁ ୧୦୦ ନୁହେଁ, ୧୦୦୦ ଥର ଭାବନ୍ତୁ..

ଏହି ଖାଦ୍ୟ ଖାଇଲେ ପେଟରେ ହୁଏ ଷ୍ଟୋନ, ଜାଣନ୍ତୁ

ଓଡ଼ିଶା ଭାସ୍କର: ପେଟରେ ହେଉଥିବା ଷ୍ଟୋନକୁ କେବଳ ଅପରେସନ ଦ୍ୱାରା ବାହାର କରାଯାଇଥାଏ। ଏହି ଷ୍ଟୋନ ଖାଦ୍ୟ-ପେୟ ସଠିକ୍ ସମୟରେ ନ ହେବା ଯୋଗୁଁ ହୋଇଥାଏ। କିଛି ଜିନିଷର ସେବନ କରିବାରେ ଷ୍ଟୋନର ବିପଦ ଅଧିକ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଫ୍ୟାଟି ଫୁଡସ୍‌: ଅଧିକ ମାତ୍ରାରେ ଫ୍ୟାଟି ଫୁଡସ୍ ଖାଇବା ଦ୍ୱାରା ପେଟରେ ପଥର ସୃଷ୍ଟି ହୋଇଥାଏ। ଏଥିରେ ତେଲିଆ ଜଳଖିଆ, ଫାଷ୍ଟ ଫୁଡ, ଜଙ୍କ ଫୁଡ ଏବଂ ହେଭି କ୍ରିମ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ।

ରିଫାଇଣ୍ଡ କାର୍ବସ: ଏଥିରେ ହ୍ୱାଇଟ ବ୍ରେଡ, ପାସ୍ତା, ମ୍ୟାଗି ଆଦି ଖାଦ୍ୟ ଅନ୍ତର୍ଭୁକ୍ତ। ରିଫାଇଣ୍ଡ କାର୍ବୋହାଇଡେଟ୍ସର ସେବନ କରିବାରେ ପେଟରେ ପଥର ହୋଇଥାଏ। ରିଫାଇଣ୍ଡ କାର୍ବସକୁ ଅଧିକ ଖାଇବା ଦ୍ୱାରା ପେଟରେ ଷ୍ଟୋନ ବଢିବାର ବିପଦ ଅଧିକ ରହିଥାଏ।

ରେଡ୍ ମିଟ: ରେଡ୍ ମିଟ କାରଣରୁ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯାଇଥାଏ। ଏହା ପେଟରେ ଷ୍ଟୋନ ହେବାର ବିପଦକୁ ବଢିଥାଏ।

କୋଲ୍ଡ ଡ୍ରିଙ୍କସ୍‌: ଅଧିକ ମାତ୍ରାରେ ସୁଗାର ଡ୍ରିଙ୍କ ବା କୋଲ୍ଡ ଡ୍ରିଙ୍କସ୍‌ର ସେବନରେ ମଧ୍ୟ ପେଟରେ ଷ୍ଟୋନ ହୋଇଥାଏ। ଅଧିକ ମାତ୍ରାର ମିଠା କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ଶରୀରରେ ଇନସୁଲିନର ପରିମାଣ ବଢିଥାଏ।

କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ: ଏହି ଦୁଗ୍ଧ ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ଚର୍ବି ରହିଥାଏ। ଯେମିତିକି ଆଇସକ୍ରିମ, ବଟର, ଫୁଲ୍ ଫ୍ୟାଟର କ୍ଷୀର ଖାଇବା ଦ୍ୱାରା ପେଟରେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ। ତେବେ ଏହି ଖାଦ୍ୟଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।