ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ଦେଶ ଏବଂ ବିଶ୍ୱର ସବୁଠି ବିଜୟର ପତାକା ଉଡାଇଛନ୍ତି। ଏହାସହ ପ୍ରତିପକ୍ଷ ଦଳକୁ ପରାସ୍ତ କରିଛନ୍ତି। ଆଉ ଏବେ ପ୍ରକାଶ ପାଇଥିବା ICC ରାଙ୍କିଙ୍ଗରେ ୫ ଜଣ ଭାରତୀୟ ଖେଳାଳି ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି।
ଗିଲ୍: ଶୁଭମନ ଗିଲ୍ ଆଇସିସି ଓ୍ୱାନ ଡେ ରାଙ୍କିଙ୍ଗରେ ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। ତାଙ୍କର ବର୍ତ୍ତମାନ ୭୮୪ ରେଟିଂ ପଏଣ୍ଟ ଅଛି। ସେ କିଛି ସମୟ ଧରି ଓ୍ୱାନ ଡେ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି।
ଅଭିଷେକ ଶର୍ମା: ସେହିପରି ଅଭିଷେକ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଏବଂ ଥରେ ସେ କ୍ରିଜରେ ଏପରି ଖେଳିଲେ ଯେ ବୋଲରମାନେ ପାଣି ପିଇଗଲେ।
ତେଣୁ ଆଶା ଆଛି ସେ ଆଗକୁ ଏକ ବଡ଼ ଇନିଂସ ଖେଳିପାରିବେ। ତେଣୁ ଅଭିଷେକ ବର୍ତ୍ତମାନ T20I ରାଙ୍କିଙ୍ଗରେ ନମ୍ବର-୧ ବ୍ୟାଟସମ୍ୟାନ୍ ହୋଇଛନ୍ତି। ତାଙ୍କର ୮୨୯ ରେଟିଂ ପଏଣ୍ଟ ଅଛି।
ଜସପ୍ରିତ ବୁମରାହ: ଏହାପରେ ଜସପ୍ରିତ ବୁମରାହଙ୍କ ପ୍ରଦର୍ଶନ ବିଦେଶ ଗସ୍ତରେ ଉନ୍ନତ ହୋଇଛି। ସେ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫିରେ ୩୨ ୱିକେଟ୍ ନେଇଥିଲେ।
ତାଙ୍କର ଦୃଢ଼ ପ୍ରଦର୍ଶନ ଯୋଗୁଁ ସେ ବୋଲରଙ୍କ ପାଇଁ ICC ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କର ୮୯୮ ରେଟିଂ ପଏଣ୍ଟ ରହିଛି।
ରବିନ୍ଦ୍ର ଜାଡେଜା: ରବିନ୍ଦ୍ର ଜାଡେଜା ଇଂଲଣ୍ଡ ଗସ୍ତରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ତାଙ୍କର ବ୍ୟାଟିଂର ଦକ୍ଷତା ଦେଖାଇଛନ୍ତି। ଏହା ବ୍ୟତୀତ ସେ ଭଲ ବୋଲିଂ କରିବାରେ ମଧ୍ୟ ପାରଙ୍ଗମ।
ଏହି କାରଣରୁ ସେ ଅଲରାଉଣ୍ଡରଙ୍କ ପାଇଁ ICC ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତାଙ୍କର ୪୨୨ ରେଟିଂ ପଏଣ୍ଟ ଅଛି।
ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡରଙ୍କ ଟି-୨୦ ରାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ତାଙ୍କର ୨୫୨ ରେଟିଂ ପଏଣ୍ଟ ଅଛି। ହାର୍ଦ୍ଦିକ ଶେଷ ଆଡକୁ ଆସି ବ୍ୟାଟିଂ କରିବାରେ ମାହିର ବୋଲି ସାବ୍ୟସ୍ତ ହୋଇଛନ୍ତି।