fbpx

କିଡନୀକୁ କ୍ଷତି ପହଞ୍ଚାଇଥାଏ ଏହି ୫ଟି ଜିନିଷ: ବେଲ ଥାଉ ଥାଉ ଅଭ୍ୟାସ ସୁଧାରନ୍ତୁ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟ ଅନୀୟମିତ ଖାଦ୍ୟ ପେୟ, ବିଭିନ୍ନ ଓøଷଧର ପ୍ରୟୋଗ ଏବଂ ବିଶାକ୍ତ ବାତାବରଣ ବୃକକ (କିଡନି) ସମସ୍ୟାର ମୁଖ୍ୟ କାରଣ । ଏହି କାରଣରୁ କିଡନି ଷ୍ଟୋନ୍ ରୁ ଆରମ୍ଭ କରି କିଡନୀ କ୍ୟାନସର ଏବଂ ପଲିସିଷ୍ଟିକ୍ କିଡନୀ ସମସ୍ୟା ହେବାର ଆଶଙ୍କା ଦେଖା ଦେଇଥାଏ । ଯଦି ଠିକ ସମୟରେ ଏହାର ଉପଚାର ନ କରାଯାଏ ତେବେ କିଡନି ଫେଲ ହେବାର ଆଶଙ୍କା ମଧ୍ୟ ଥାଏ । ଏଥି ପାଇଁ ଆମକୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ।
ବୃକକ ଆମ ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଗ କହିଲେ ଚଳେ । ଏହା ଆମ ଶରୀରରୁ ଅଶୋଧିତ ପଦାର୍ଥ ମୁତ୍ର ଆକାରରେ ବାହାର କରିବାରେ ସହାୟକ ହୋଇଥାଏ । ବୃକକ ସମ୍ବନ୍ଧରେ ଅନେକ ସମସ୍ୟା ଶେଷ ପର୍ଯାୟରେ ଜଣା ପଡୁଥିବାରୁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ତେଣୁ ଆସନ୍ତୁ ଜାଣିବା ବୃକକ ସମସ୍ୟାର ଲକ୍ଷଣ ବିଷୟରେ:
୧-ଶରୀରରେ ଫୁଲା ରହିବା
୨-ଚର୍ମ ଲାଲ ପଡି କୁଣ୍ଡେଇ ହେବା
୩-ପରୀଶ୍ରାରେ ଅସୁବିଧା
୪-ଚିଡଚିଡ଼ା ହେବା
୫-ଅଧିକ ଶୀତ ଲାଗିବା
୬-ଭୋକ କମ୍ ଲାଗିବା
କେଉଁ ଖାଦ୍ୟ ଦ୍ୱାରା କିଡନୀକୁ କ୍ଷତି ପହଂଚି ଥାଏ:
ମଦ୍ୟପାନ: ଅତ୍ୟାଧିକ ମଦ୍ୟପାନ ଯୋଗୁଁ ବୃକକ ଠିକ୍ ଭାବେ କାମ ନ କରିବାର ଆଶଂକା ଦେଖା ଦେଇଥାଏ । ଏହାର ପ୍ରଭାବ ଆମ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ ।
କଫି : ଏକ ଶୋଧ ଅନୁଯାଇ, କଫିରେ କାଫେନ୍ର ପରିମାଣ ଅଧିକ ଥାଏ । ଏହା ଦ୍ୱାରା ବୃକକରେ ପଥର ହେବାର ସମ୍ଭାବନା ଦେଖା ଦିଏ ।
ଲୁଣ : ଲୁଣରେ ସୋଡ଼ିୟମର ମାତ୍ରା ଅଧିକ ଥିବାରୁ ଏହା ଆମ ବୃକକ ଉପରେ ପ୍ରଭାବ ପକାଇଥାଏ ।
ନାଲି ମାଂସ : ଏଥିରେ ପ୍ରୋଟିନର ମାତ୍ରା ଅଧିକ ଥିବାରୁ ଏହା ହଜମ ପ୍ରକ୍ରିୟାକୁ କମେଇ ଦେଇଥାଏ ଯଦ୍ୱାରା ବୃକକ ଉପରେ ଅଧିକ ଚାପ ପଡ଼ିଥାଏ । ଏହା ଦ୍ୱାରା କିଡନି ଷ୍ଟୋନ୍ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଥାଏ ।
କୃତ୍ରିମ ମିଠା : ଆଜିକାଲି ବଜାରରେ ମିଳୁଥିବା କୃତ୍ରିମ ମିଠାର ପ୍ରୟୋଗ ବିଭିନ୍ନ ମିଠା, ବିସ୍କୁଟ୍ ଓ ମୃଦୁପାନ୍ୟରେ ଅଧିକ ମାତ୍ରାରେ କରାଯାଉଛି । ଏହି ସବୁ ବୃକକ ଜନିତ ସମସ୍ୟାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ ।

Get real time updates directly on you device, subscribe now.