ନୂଆଦିଲ୍ଲୀ : ନବରତ୍ନ ମଧ୍ୟରୁ ହୀରାକୁ ସବୁଠାରୁ ମୂଲ୍ୟବାନ ରତ୍ନ ବୋଲି ବିବେଚନା କରାଯାଇଛି । ସାଧାରଣତଃ କେତେକ ବ୍ୟକ୍ତି ଏହାକୁ ସୁନ୍ଦରତା ଏବଂ ତାହାର ଉଚ୍ଚ ଦର ଯୋଗୁଁ ବ୍ୟବହାର କରିଥାନ୍ତି । ହୀରାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କ ରତ୍ନ ବୋଲି ମନେ କରାଯାଏ । ଏହାକୁ ପିନ୍ଧିବା ଦ୍ୱାରା ସୁଖ, ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧତା ମିଳିଥାଏ । ଶୁକ୍ରଙ୍କ ଠାରୁ ଲାଭ ନେବା ପାଇଁ କିମ୍ବା ଜୀବନରେ ସୁଖ ଶାନ୍ତି ବଢାଇବା ପାଇଁ ଏହି ରତ୍ନଟି ସଠିକ ଭାବରେ କାମ କରିଥାଏ । କିନ୍ତୁ ଜ୍ୟୋତିଷଙ୍କ କହିବା ଅନୁସାରେ ହୀରାକୁ କେବେ ମଧ୍ୟ ପରାମର୍ଶ ବିନା ପିନ୍ଧିବା ଉଚିତ ନୁହେଁ । କେବଳ ଗୋଟିଏ ଭୁଲ ଆପଣଙ୍କ ଜୀବନରେ ଅନେକ ଅସୁବିଧା ଆଣିବ ।
ହୀରା କେତେବେଳେ ଲାଭ ଦିଏ ?
ଗ୍ଲାମର, ସୌନ୍ଦର୍ଯ୍ୟ ଏବଂ ନାମ ଖ୍ୟାତି ଦୃଷ୍ଟିରୁ ହୀରା ବହୁତ ଲାଭଦାୟକ ହୋଇଥାଏ । ପ୍ରେମ ଏବଂ ଦାମ୍ପତ୍ୟ ଜୀବନ କ୍ଷେତ୍ରରେ ମଧ୍ୟ ହୀରା ସମ୍ପର୍କରେ ମଧୁରତା ଭରିବାର କାମ କରିଥାଏ । ଏହା ପ୍ରସବ କ୍ଷେତ୍ରରେ ପୁରୁଷଙ୍କୁ ଲାଭ ଦେଇଥାଏ ।
ଆପଣଙ୍କ ରାଶି ପାଇଁ ହୀରା ଶୁଭ କି ଅଶୁଭ?
ଜ୍ୟୋତିଷଙ୍କ ଅନୁସାରେ ବୃଷ,ମିଥୁନ, କନ୍ୟା, ତୁଳା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ହୀରା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ମେଷ, ସିଂହ, ବିଛା, ଧୁ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ହୀରା ଅଶୁଭ ହୋଇଥାଏ । କକର୍ଟ ରାଶିର ବ୍ୟକ୍ତିମାନେ ସ୍ୱତନ୍ତ୍ର ଅବସ୍ଥାରେ ହୀରା ଧାରଣ କରି ପାରିବେ । ଯେଉଁ ଲୋକମାନେ ଆଧ୍ୟାତ୍ମିକତାର ଉନ୍ନତି ଚାହୁଁଛନ୍ତି, ସେମାନଙ୍କୁ ହୀରା ଧାରଣ କରିବାର କିଛି ଆବଶ୍ୟକତା ହିଁ ନାହିଁ । ଯେଉଁ ବ୍ୟକ୍ତି ଫିଲ୍ମ କିମ୍ବା ମିଡିଆ କ୍ଷେତ୍ରରେ ଅଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ଅଟେ ।