fbpx
BSKY
BJD YOUTH SKY
BJD MS SKY

ସାବଧାନ୍! ଏହି ଆଣ୍ଡ୍ରଏଡ଼୍ ଆପ୍ ଚୋରି କରୁଛି ଫେସବୁକ ପାସୱାର୍ଡ, ତୁରନ୍ତ ହଟାନ୍ତୁ

ଗୁଗୁଲ ପ୍ଲେ ଷ୍ଟୋରରେ ପୁଣି ବିପଦପୂର୍ଣ୍ଣ ଆପ୍ ଆସିବାର ରିପୋର୍ଟ ଆସିଛି । ନୂଆ ରିପୋର୍ଟ ଅନୁସାରେ, ଅନେକ ଆଣ୍ଡ୍ରଏଡ଼୍ ଆପ୍ ୟୁଜର୍ସଙ୍କ ନାଁ ଓ ପାସୱାର୍ଡ ଚୋରି କରୁଛି । ଏହି ଆପଗୁଡିକୁ ୫୦ ଲକ୍ଷରୁ ଅଧିକଥର ଡାଉନଲୋଡ କରାଯାଇଛି । ଯଦି ଆପଣ ବି ଏହି ଆପଗୁଡିକୁ ଡାଉନଲୋଡ କରିଛନ୍ତି, ତେବେ ତୁରନ୍ତ ନିଜ ଆଣ୍ଡ୍ରଏଡ଼ ଫୋନରୁ ହଟାଇଦିଅନ୍ତୁ ।

ଅନ୍ୟପଟେ ଗୁଗୁଲ ନିଜର ପ୍ଲେ ଷ୍ଟୋରରୁ ଏହି ଆପଗୁଡିକୁ ହଟାଇ ସାରିଛି । ରିସର୍ଚର ଡକ୍ତର ୱେବ ଏହାର ରିପୋର୍ଟ କରିଛି । ଏହି ଆପଗୁଡିକ ମାଧ୍ୟମରେ ଫେସବୁକ ନାଁ ଓ ପାସୱାର୍ଡ ଚୋରି ହେଉଛି । ଲୋକଙ୍କୁ ଏହି ଆପ୍ ଫେସବୁକ୍ ଆକାଉଣ୍ଟରେ ଲଗିନ୍ କରିବାକୁ ଟ୍ରିକ୍ କରୁଛି । ଫେସବୁକରେ ସାଇନ୍ ଇନ୍ ହେବା ପରେ ଏହି ବିଜ୍ଞାପନ ନଦେଖାଇବାକୁ ବା ଅନ୍ୟ କୌଣସି ଫିଚରର ଅଫର ଦେଇଥାଏ ଏହି ଆପ୍ । ଫଳରେ ଅନେକ ଲୋକ ଏଠାରେ ନିଜର ଫେସବୁକ ଲଗିନ୍ କରିଦିଅନ୍ତି ।

ଲଗିନ କରିବା ମାତ୍ରେ ଏହି ଆପଗୁଡିକ ୟୁଜର୍ସଙ୍କ ଡାଟା ଚୋରି କରିବାର ଅନ୍ୟ ପ୍ରୋସେସ୍ ଆରମ୍ଭ କରିଦିଏ ଓ ଏହାକୁ JavaScript ରେ ଲୋଡ କରିଥାଏ । ଏଥିରେ ଲୋକଙ୍କର ତଥ୍ୟଗୁଡିକ ହାଇଜାକ୍ ହୋଇଥାଏ । ତେବେ ଏହି ଆପଗୁଡିକ ହେଉଛି- Horoscope Daily, Processing Photo, App Lock Keep, Rubbish Cleaner, Horoscope Pi, App Lock Manager, Lockit Master, Inwell Fitness, PiP Photo। ଯଦି ଆପଣ ଏହି ଆପଗୁଡିକ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ହଟାଇଦିଅନ୍ତୁ ।

Get real time updates directly on you device, subscribe now.