fbpx
BSKY SKY
BSKY SKY

ଜାଣନ୍ତୁ କ୍ୟୁବାର କୃଷ୍ଣ ବିଷୟରେ, ୩୫ହଜାର ମହିଳାଙ୍କ ସହିତ ଥିଲା ସମ୍ବନ୍ଧ

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ଆମେ ସାଧାରଣତଃ କୃଷ୍ଣଙ୍କ ଲୀଳା ସମ୍ପର୍କରେ ପୋଥି ପୁରାରେ ପଢ଼ିଛେ । ଯେପରି କୃଷ୍ଣଙ୍କ ଷୋଡ଼ ସହସ୍ର ଗୋପି ଥିଲେ ଠିକ୍ ସେହିପରି ଏମିତି ଅନେକ ରାଷ୍ଟ୍ରପତି ରହିଛନ୍ତି ଯିଏକି ଲମ୍ବା ସମୟ ପର୍ଯ୍ୟନ୍ତ ଶାସନରେ ରହିଥିବା ସହିତ ତାଙ୍କର ୩୫ ହଜାର ମହିଳାଙ୍କ ସହିତ ସମ୍ପର୍କ ରହିଥିଲା । ହେଲେ ଆଜି ଏପରି ଏକ ରାଷ୍ଟ୍ରପତିଙ୍କ ବିଷୟରେ ଜାଣିବା ଯିଏକି ପାଖାପାଖି ୩୫ ହଜାର ମହିଳାଙ୍କ ସହିତ ସମ୍ବନ୍ଧ ଥାଇବି ସେ ଚାରି ଦଶକ ପର୍ଯ୍ୟନ୍ତ ଦେଶରେ ନିଜର ରାଜତ୍ୱ ଜାରି ରଖିଥିଲେ । ତେବେ ତାଙ୍କ ନାଁ ହେଉଛି ଫିଡେଲ୍ କାଷ୍ଟ୍ରୋ । ଯାହାଙ୍କୁ କମ୍ୟୁନିଷ୍ଟ କ୍ୟୁବା କୁହାଯାଏ । ବ୍ରିଟେନ୍ ମହାରାଣୀ ଓ ଥାଇଲ୍ୟାଣ୍ଡର ରାଜାଙ୍କ ପରେ ଫିଡେଲ୍ ହେଉଛନ୍ତି ତୃତୀୟ ଯିଏକି ଅଧିକ ସମୟ ପର୍ଯ୍ୟନ୍ତ ଦେଶରେ ଶାସନ କରି ଆସିଥିଲେ ।

ଫିଡେଲ୍ କାଷ୍ଟ୍ରୋ କେରାବିଆଈ ସାଗର ସ୍ଥିତ କ୍ୟୁବା ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏହାପରେ ସେ ରାଷ୍ଟ୍ରପତି ମଧ୍ୟ ହୋଇଥିଲେ । କୁହାଯାଉଛି ଯେ, ୮୨ ବର୍ଷ ପର୍ଯ୍ୟନ୍ତ ତାଙ୍କର ୩୫ ହଜାର ମହିଳାଙ୍କ ସହିତ ସମ୍ପର୍କ ଥିଲା । ତାଙ୍କ ଉପରେ ହୋଇଥିବା ଡକ୍ୟୁଣ୍ଟୋରୀରେ ଏହି ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି । ନ୍ୟୁୟର୍କ ପୋଷ୍ଟରେ କୁହାଯାଇଛି ଯେ, ସେ ପ୍ରତିଦିନ ଦୁଇଟି ମହିଳାଙ୍କ ସହିତ ସମ୍ବନ୍ଧ ବନାଉଥିଲେ । ଏହା ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିଲା । ୧୯୫୯ ମସିହାରେ, ବିପ୍ଳବ ମାଧ୍ୟମରେ ଫିଡେଲ କାଷ୍ଟ୍ରୋ ଆମେରିକାର ଷ୍ଟୁଗର ଫୁଲଗେକିଓ ବାତିସ୍ତାଙ୍କ ଏକଛତ୍ରବାଦୀ ଶାସନକୁ ହଟାଇ କ୍ଷମତାକୁ ଆସିଥିଲେ।

ଫିଡେଲ କାଷ୍ଟ୍ରୋ କମ୍ୟୁନିଷ୍ଟ କ୍ୟୁବାର ଜନକ ଭାବରେ ବିବେଚିତ କରଯାଏ । ବ୍ରିଟେନର ରାଣୀ ଏବଂ ଥାଇଲ୍ୟାଣ୍ଡର ରାଜାଙ୍କ ପରେ ଫିଡେଲ କାଷ୍ଟ୍ରୋ ବିଶ୍ୱର ତୃତୀୟ ରାଜ୍ୟ ମୁଖ୍ୟ ଥିଲେ, ଯିଏ ଦୀର୍ଘ ଦିନ ଧରି ନିଜ ଦେଶକୁ ଶାସନ କରିଥିଲେ । ସେ ୧୯୫୯ ରୁ ୧୯୭୬ ପର୍ୟ୍ୟନ୍ତ କ୍ୟୁବାର ପ୍ରଧାନମନ୍ତ୍ରୀ ଥିଲେ । ଏହା ପରେ ସେ ୧୯୭୬ ରୁ ୨୦୦୮ ପର୍ୟ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ ।

ଫିଡେଲ କାଷ୍ଟ୍ରୋଙ୍କର ନଭେମ୍ବର ୨୫, ୨୦୧୬ ରେ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରହିଛି । ସେ ଏକ ଭାଷଣ ଦେଇ ଏହି ରେକର୍ଡ ସୃଷ୍ଟି କରିଥିଲେ । ସେପ୍ଟେମ୍ବର ୨୯, ୧୯୬୦ ରେ ସେ ମିଳିତ ଜାତିସଂଘରେ ୪ ଘଣ୍ଟା ୨୯ ମିନିଟର ଦୀର୍ଘତମ ଭାଷଣ ଦେଇଥିଲେ । ତାଙ୍କର ଦୀର୍ଘତମ ଭାଷଣ ୭ ଘଣ୍ଟା ୧୦ ମିନିଟ୍ ୧୯୮୬ ରେ କ୍ୟୁବାରେ ରେକର୍ଡ କରାଯାଇଥିଲା ।

ତେବେ ଫିଡେଲ୍ ଯେପରି ଲମ୍ବା ଭାଷଣ ଦେଇ ଗିନିଜ୍ ବୁକ୍ ରେକର୍ଡ କରିଥିଲେ । ଠିକ୍ ସେହିପରି ତାଙ୍କର ଗାଈ ମଧ୍ୟ ଅଧିକ କ୍ଷୀର ଦେବାରେ ବିଶ୍ୱ ରେକର୍ଡ କରିଥିଲା । ତାଙ୍କ ଗାଈ ଗୋଟିଏ ଦିନରେ ୧୧୦ ଲିଟର୍ କ୍ଷୀର ଦେଇ ରେକର୍ଡ ସୃଷ୍ଟି କରିଛି ।

Get real time updates directly on you device, subscribe now.