fbpx

ରୁଷି ସୁନକ ବ୍ରିଟେନରେ ହାରିବାର ଏହି ବଡ଼ କାରଣ, ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ଏହାର ପ୍ରଭାବ

Advertisement

ଓଡ଼ିଶା ଭାସ୍କର (ନୂଆଦିଲ୍ଲୀ): ବ୍ରିଟେନରେ ରୁଷି ସୁନକ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଲେବର ପାର୍ଟୀର କୀର ଷ୍ଟାର୍ମର ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ । ବ୍ରିଟେନରେ ୬୫୦ ସିଟରୁ ସରକାର ହେବା ପାଇଁ ୩୨୬ ସିଟ ଅତ୍ୟନ୍ତ ଆବଶ୍ୟକ । ଏହି ସଂଖ୍ୟା ଲେବର ପାର୍ଟୀ ହାସଲ କରିଛି । ଯେକୌଣସି ଦେଶର ସରକାର ପରିବର୍ତ୍ତନ ହେଲେ ନିଜର ଅନ୍ୟ ଏଜେଣ୍ଟ ରହିଥାଆନ୍ତି, ତେବେ ବ୍ରିଟେନରେ ନୂଆ ସରକାର ହେବାରେ ଭାରତ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି ।
ଭାରତ ଉପରେ ପ୍ରଭାବ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷି ସୁନକ ଫ୍ରୀ ଟ୍ରେଡ ଏଗ୍ରିମେଣ୍ଟ ପାଇଁ ବହୁତ କଠିନ ପରିଶ୍ରମ କରିଛନ୍ତି । ଦୁଇ ନେତା ଗତବର୍ଷ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ଏଫଟିଏ ଉପରେ କଥାବାର୍ତ୍ତାକୁ ନେଇ ସହମତି ପ୍ରକାଶ କରିଥିଲା । ହେଲେ ନିର୍ବାଚନ କାରଣରୁ ଏହି ଡିଲ ଫାଇନାଲ ହୋଇପାରିଲାନି । ବର୍ତ୍ତମାନ ବ୍ରିଟେନ ସରକାର ପରିବର୍ତ୍ତନରେ ଏହା ନ ହୋଇପାରେ ବୋଲି କୁହାଯାଉଛି ।

ଏହା ହେଉଛି ହାରିବାର ବଡ଼ କାରଣ: ବ୍ରିଟେନରେ ମହଙ୍ଗା ଦର କମିବା ପରେ ଦିନ ମଜୁରୀରେ ହ୍ରାସ ପାଇଛି, ଖାଦ୍ୟ ଦର ଲଗାତର ବଢୁଛି । ୨୦୧୬ ମସିହାରେ ବ୍ରେକଜିଟ ଜନମତ ସଂଗ୍ରହ ପରଠାରୁ ବ୍ରିଟେନକୁ ଅନେକ ଚ୍ୟାଲେଞ୍ଜେସକୁ ସାମ୍ନା କରିବାକୁ ପଡୁଛି । କୋଭିଡ ୧୯ ପ୍ରତିବନ୍ଧ ସମୟରେ ପାର୍ଟୀଗେଟ ବିବାଦ ମଧ୍ୟ ଏଥିରେ ସାମିଲ ରହିଛି । ଯେଉଁ କାରଣରୁ ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ଛାଡିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ଅନେକ ନିତି ଗୁଡିକୁ ନେଇ ଲୋକେ ରାଗିଯାଇଥିଲେ ।

Get real time updates directly on you device, subscribe now.