ଗଜାନନଙ୍କ ଏହି ପ୍ରସିଦ୍ଧ ମନ୍ଦିର ଦର୍ଶନ କଲେ କଟିଥାଏ ସବୁ ବିଘ୍ନ…

ନୂଆଦିଲ୍ଲୀ: ଗଜାନନଙ୍କ ଧରାବତରଣକୁ ଆଉ ମାତ୍ର କିଛି ଦିନ । ଭକ୍ତ ଯେଉଁଦିନକୁ ବର୍ଷସାରା ଉତ୍କଣ୍ଠାର ସହ ଅପେକ୍ଷା କରିରହିଥାନନ୍ତି ତାହ ଆସିବାକୁ ଯାଉଛି । ୩୧ ଅଗଷ୍ଟରେ ହେବ ଗଣେଶ ପୂଜା । ଗଣେଶ ପୂଜା ପାଇଁ ସମସ୍ତଙ୍କ ମନରେ ରହିଥାଏ ଏକ ଅଦ୍ୱିତୀୟ ଆନନ୍ଦ । ଶିକ୍ଷାନୁଷ୍ଠାନ, ଅଫିସ୍ ବିଭିନ୍ନ ପୂଜା ମଣ୍ଡପରେ ପାର୍ବତୀନନ୍ଦନ ଆବାହନ କରାଯାଇଥାଏ । ଅନେକ ଲୋକ ନିଜ ଘରେ ବିଘ୍ନରାଜଙ୍କୁ ମୂର୍ତ୍ତି ସ୍ଥାପନ କରିଥାନ୍ତି ।

ତେବେ ଯଦି ଆପଣ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ କୌଣସି ବଡ଼ ମନ୍ଦିରକୁ ଯିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହି ଲିଷ୍ଟ ଆପଣଙ୍କ ପାଇଁ କାମରେ ଆସିପାରେ । ଏହି ମନ୍ଦିରରେ ଦର୍ଶନ କରୁଥିବା ଭକ୍ତଙ୍କ ଉପରେ ଗଣପତିଙ୍କ ଅପାର କୃପା ରହିଥାଏ ଏବଂ ଜୀବନରେ ଆସୁଥିବା ସଙ୍କଟର ନିବାରଣ ହୋଇଥାଏ ।

ସିଦ୍ଧିବିନାୟକ ମନ୍ଦିର: ଭଗବାନ ଗଣେଶଙ୍କ ସବୁଠୁ ପ୍ରସିଦ୍ଧ ମନ୍ଦିର ମଧ୍ୟରେ ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର ନାମ ନିଶ୍ଚୟ ଆସିଥାଏ । ମୁମ୍ବାଇ ସ୍ଥିତି ଶ୍ରୀ ସିଦ୍ଧିବିନାୟକ ମନ୍ଦିରକୁ ବର୍ଷସାରା ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ଗଣେଶୋତ୍ସବର ଏହି ପବିତ୍ର ଅବସରରେ ଏହାରେ ଆକର୍ଷଣ ଦେଖିବା ଯୋଗ୍ୟ । ଦେଶରେ ଗୋଟିଏ

ଦଗଡୁଶେଠ ଗଣେଶ ମନ୍ଦିର: ପୁଣେ ସ୍ଥିତ ଶ୍ରୀମନ୍ତ ଦଗଡୁଶେଠ ଗଣେଶ ମନ୍ଦିର ଖୁବ୍ ପ୍ରସିଦ୍ଧ । ଏହି ମନ୍ଦିର ସହ ଜଡ଼ିତ ଏକ ରୋମାଞ୍ଚକର କାହାଣୀ ହେଉଛି ଯେ ଏହି ମନ୍ଦିରର ନିର୍ମାଣ ଶ୍ରୀ ଦଗଡୁଶେଠ ହଲବାଇ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀବାଇ କରିଥିଲେ ଯେତେବେଳେ ତାଙ୍କ ପୁଅକୁ ପ୍ଲେଗ୍ ରୋଗ କାରଣରୁ ମୃତ୍ୟୁ ହୋଇଥିଲା । ଏଠାରେ ବର୍ଷସାରା ଏକ ଲକ୍ଷରୁ ଅଧିକ ଭକ୍ତ ଦର୍ଶନକ କରିବାକୁ ଆସିଥାନ୍ତି ।

ଆଦି ବିନାୟକ ମନ୍ଦିର: ତାମିଲନାଡୁର ତିରୁଅନନ୍ତପୁରମ ଜିଲ୍ଲାରେ ସ୍ଥିତ ଭଗବାନ ଗଣେଶଙ୍କ ଏହି ମନ୍ଦିରର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ଏହି ମନ୍ଦିରରେ ଭଗବାନ ଗଣେଶ ନରମୁଖୀ ବେଶରେ ପୂଜା ପାଇଥାନ୍ତି । ଅର୍ଥାତ୍ ଆଦି ବିନାୟକ ଗଣେଶ ପ୍ରତିମା ମୁହଁ ମାନବ ମୁଣ୍ଡ ପରି । ଏହି ପ୍ରସିଦ୍ଧ ମନ୍ଦିରକୁ ଏବଂ ବାବାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ କାହିଁ କେତେ ଦୂରରୁ ଆସିଥାନ୍ତି ।