fbpx

Alert! ରାଜଧାନୀରେ ଏହି ଗାଡି ପାଇଁ ଲାଗିଲା ନୋ ଏଣ୍ଟ୍ରି: ଜାଣନ୍ତୁ କାହିଁକି ଏମିତି ନିଷ୍ପତ୍ତି…

ନୂଆଦିଲ୍ଲୀ: ପ୍ରତିଦିନ ରାଜଧାନୀ ଦିଲ୍ଲୀକୁ ବିଭିନ୍ନ ରାଜ୍ୟରୁ ଅନେକ ଗାଡି ଯାତାୟତ କରିଥାଏ । କିନ୍ତୁ ଏବେ ସରକାର ଏହା ଉପରେ ନାନା କଟକଣା ଜାରି କରିଛନ୍ତି । କିଛି ଗାଡିକୁ ଦିଲ୍ଲୀ ସୀମା ଭିତରକୁ ପଶିବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ପରିବର୍ତ୍ତନ ଆଣିଛନ୍ତି ସରକାର । କେଉଁ ଗାଡିକୁ ଦିଲ୍ଲୀ ରେ ଲାଗିବ ନୋ ଏଣ୍ଟ୍ରି ?

ରାଜଧାନୀ ଦିଲ୍ଲୀର ବାୟୁ ଶ୍ୱାସକ୍ରିୟା ପାଇଁ ଉପଯୁକ୍ତ ନୁହେଁ । ଏଠାରେ ବିନା ମାସ୍କ ବାହାରକୁ ବାହାରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଦିଲ୍ଲୀର ଏକ୍ୟୁଆଇ ତଥ୍ୟ ରେକର୍ଡ କରିବାର ମେସିନ ଲାଗିଥିବା ୫୦ଟି ସ୍ଥାନରୁ ୮୪ ପ୍ରତିଶତ ଅର୍ଥାତ ୪୨ ଜାଗାରେ ବାୟୁମଣ୍ଡଳର ସ୍ତର ବିପଦ ଜନକ ହୋଇଛି । ଫଳରେ ଅଧିକାଂଶ ଲୋକ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ମଧ୍ୟ ଆଦେଶ ଜାରି କରିଛନ୍ତି ।

ବାୟୁମଣ୍ଡଳରେ ପ୍ରଦୂଷଣକୁ ରୋକିବା ପାଇଁ ଏବଂ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଥମରେ ଦିଲ୍ଲୀ ସରକାର ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ସହ ଅନ୍ୟମାନଙ୍କୁ ୱାର୍କ ଫ୍ରମ୍ ହୋମ୍ ଆଦେଶ ଜାରି କରିଛନ୍ତି । ସେହିପରି ଅତ୍ୟାବଶ୍ୟକ ଜିନିଷ ଆମଦାନୀ କରୁଥିବା ଟ୍ରକ ବ୍ୟତୀତ ଅନ୍ୟ ଟ୍ରକ ଗୁଡିକୁ ଦିଲ୍ଲୀରେ ନୋ ଏଣ୍ଟ୍ରି ବୋର୍ଡ ଲଗାଇଛନ୍ତି । ଏହି ଟ୍ରକ ଗୁଡିକୁ ଏବେ ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ନାହିଁ । ତୃତୀୟରେ ଦିଲ୍ଲୀରେ ସମସ୍ତ ଡିଜେଲ ଗାଡି ଏବଂ ବିଏସ-୬ରୁ ନିମ୍ନମାନର କାରଗୁଡିକ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହା ବ୍ୟତୀତ ପୁଣିଥରେ ଅଡ୍-ଇଭିନ ଫମୁଲା ଲାଗୁ କରିବା ପାଇଁ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ତେବେ ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ଶନିବାରରୁ ସମସ୍ତ ପ୍ରାଇମେରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି ।

Get real time updates directly on you device, subscribe now.