fbpx

କରୋନାଠାରୁ ଅଧିକ ଭୟଙ୍କର ହୋଇପାରେ ଏହିସବୁ ରୋଗ, ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକମାନେ

କରୋନା ମହାମାରୀ ସମଗ୍ର ବିଶ୍ୱର ବହୁତ କିଛି ଧ୍ୱଂସ ସାଧନ କରି ଦେଇଛି । ଏହି ଜୀବାଣୁ ଦ୍ୱାରା କେବଳ ଅନେକ ଲୋକକଙ୍କ ମୃତ୍ୟୁ ଘଟିଥିଲା ତାହା ନୁହେଁ, ଏହା ଦ୍ୱାରା ପ୍ରାୟ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା । ତେବେ ବର୍ତ୍ତମାନ ଏହି ରୋଗର ଟିକା ଆସିବା ନେଇ ଲୋକଙ୍କ ମଧ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଏହି ଅବସରରେ ବିଶେଷଜ୍ଞମାନେ ଏହି ରୋଗର ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅନେକ ପରାମର୍ଶ ଦେଉଛନ୍ତି । ଯଦି ଆଜିଠାରୁ ଆମେ ସତର୍କ ନ ହେବା, ତେବେ ଭବିଷ୍ୟତରେ ପୁଣି ଏକ ଭୟଙ୍କର ମହାମାରୀର ଆଗମନକୁ ଏଡ଼ାଇ ଦିଆଯାଇ ନପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ଘାତକ ବିମାରୀ ବିଷୟରେ କହିବାକୁ ଯାଉଅଛୁ, ଯେଉଁ ରୋଗଗୁଡ଼ିକ କରୋନା ଠାରୁ ବହୁତ ଭୟଙ୍କର ହେବାର ସମ୍ଭାବନା ରହିଛି ।

ଇବୋଲା:

ଆଫ୍ରିକାରୁ ସୃଷ୍ଟି ହୋଇଥିବା ଇବୋଲାର ସଂକ୍ରମଣ ଯଦିଓ ବେଶୀ ମାତ୍ରାରେ ହୋଇନାହିଁ, ତଥାପି ଥଣ୍ଡା, ଜ୍ୱର କ୍ଷେତ୍ରରେ ଏହା ଅତ୍ୟନ୍ତ ଭୟଙ୍କର । ପଶୁମାନଙ୍କ ଠାରେ ମଧ୍ୟ ଏହି ରୋଗୀ ବ୍ୟାପିଥାଏ । ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହା ବ୍ୟାପିଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ୨୦୨୦ ମସିହା ଜାନୁଆରୀ ମାସରେ ଇବୋଲା ଟିକା ବାହାରିଥିଲେ ମଧ୍ୟ ଏହାକୁ ବହୁଳ ଭାବେ ବ୍ୟବହାର କରାଯାଇନଥିଲା । ଇବୋଲାକୁ ରୋକିବା ପାଇଁ ଯଦି କୌଣସି ପଦକ୍ଷେପ ନିଆନଯାଏ, ତେବେ ଏହା ଭବିଷ୍ୟତରେ ଭୟଙ୍କର ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ନିପା ଭାଇରସ:

୨୦୧୮ ମସିହାରେ କେରଳରେ ବ୍ୟାପିଥିବା ନିପା ଭାଇରସ ମିଳିମିଳା ଜୀବାଣୁ ସହିତ ଜଡ଼ିତ ଥିବା କୁହାଯାଇଛି । ଯଦିଓ ଏହି ରୋଗକୁ ନିୟନ୍ତ୍ରଣ କରାଯାଇଛି, ତଥାପି ଏହାର ଲକ୍ଷଣ ଦୃଷ୍ଟିରୁ ଭବିଷ୍ୟତରେ ଏହା ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ବାଦୁଡ଼ିଙ୍କଠାରୁ ମଣିଷକୁ ବ୍ୟାପୁଥିବା ଏହି ରୋଗରେ ବାନ୍ତି, ମୁଣ୍ଡବିନ୍ଧା, ଆଦି ଲକ୍ଷଣ ଦେଖାଦେଇଥାଏ ।

ଡିଜିଜ ଏକ୍ସ:

କିଛିଦିନ ପୂର୍ବରୁ ଏକ୍ସ ନାମରେ ଏକ ରୋଗ ବ୍ୟାପିଥିଲା । ତେବେ ୨୦୨୧ରେ ଏହି ରୋଗ ବ୍ୟାପିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି । କଙ୍ଗୋରେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କ ଠାରେ ଏହି ନୂତନ ଜୀବାଣୁ ରହିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ରୋଗରେ ୮୦-୯୦ ପ୍ରତିଶତ ମୃତ୍ୟୁ ଆଶଙ୍କା ରହିଛି ।

Get real time updates directly on you device, subscribe now.