fbpx
BSKY
BJD SHG SKY
BJD YOUTH SKY

ସାବଧାନ! ଶୀତଦିନେ ହୋଇପାରନ୍ତି ଏହି ରୋଗର ଶିକାର: ଜାଣନ୍ତୁ କିପରି ନେବେ ନିଜର ଯତ୍ନ

ଦେଶରେ ଶୀତ ଋତୁର ଆଗମନ ହୋଇସାରିଛି । ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବା ସହ ବାୟୁ ଥଣ୍ଡା ହେବାକୁ ଲାଗୁଛି । ଭ୍ରମଣ, ଖାଇବା ଏବଂ ପିଇବା ପାଇଁ ଏହି ଋତୁକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ତେବେ ଏହି କାରଣରୁ ଶରୀରକୁ ସୁସ୍ଥ ରଖିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଏ । ବିଭିନ୍ନ ପ୍ରକାର ଭାଇରସ ଏବଂ ଜୀବାଣୁ ଦ୍ୱାରା ମଧ୍ୟ ଲୋକେ ଆକ୍ରାନ୍ତ ହୁଅନ୍ତି । ଦୁର୍ବଳ ଶରୀର ଥିବା ଲୋକଙ୍କ ପାଇଁ ଏହି ଋତୁ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରମାଣିତ ହୁଏ । ଆଗାମୀ କିଛି ସପ୍ତାହ ମଧ୍ୟରେ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ସମସ୍ତଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିବ । ତେବେ ଶୀତଦିନେ କେଉଁ ରୋଗଠାରୁ ଆପଣଙ୍କୁ ବିପଦ ରହିଛି ଏବଂ ଏହାକୁ କିପରି ରୋକାଯାଇପାରିବ ।

ପାଗ ବଦଳିଲେ ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବଢ଼ିଯାଏ । ଶୀତ ଋତୁରେ ଅଧିକାଂଶ ଥଣ୍ଡା, କାଶ, ଗଳା ସଂକ୍ରମଣ, ଜର, ଆଜମା, ନିମୋନିଆ ଏବଂ ଗଣ୍ଠି ଯନ୍ତ୍ରଣା ଦେଖାଯାଇଥାଏ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କୁ ଏହି ଋତୁରେ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । ଏହି ଋତୁରେ ସଂକ୍ରମଣ ମଧ୍ୟ ବେଶ ଦ୍ରୁତ ଗତିରେ ବଢ଼ିଥାଏ । ତେବେ ଏଭଳି ପରିସ୍ଥିତିରେ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ।

ତେବେ ଏହି ଋତୁରେ ରୋଗରୁ ରକ୍ଷା ପାଇବା ପାଇଁ ଫ୍ଲୁ ଟିକା ନେବା ନିହାତି ଜରୁରୀ। ଏହାକୁ ଫ୍ଲୁ ସଟ ମଧ୍ୟ କୁହାଯାଏ । ଡାକ୍ତରଙ୍କ ପରାମର୍ଶ ନେଇ ବର୍ଷକୁ ଥରେ ଏହାକୁ ଆପଣ ନେଇ ପାରନ୍ତି । ଏହି ଟିକା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହି ଟିକା ରୋଗ ବିସ୍ତାରକାରୀ ଜୀବାଣୁଙ୍କ ଠାରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ । ଏହି ଫ୍ଲୁ ଟିକା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ। ଏହି ଟିକା ଆପଣଙ୍କ ଶରୀରରେ ସାଧାରଣ ଫ୍ଲୁ ହେବାର ଆଶଙ୍କାକୁ ୪୦ ରୁ ୬୦ ପ୍ରତିଶତ କମ କରିପାରେ । ତେବେ କିଛି ଲୋକଙ୍କ ଶରୀରରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ । ତେଣୁ ଯଦି ଆପଣଙ୍କର ଆଗରୁ କୌଣସି ଶାରିରୀକ ସମସ୍ୟା ରହିଛି ତେବେ ଆପଣ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ ।

ଏହା ସହିତ ଶୀତଦିନେ ସୁସ୍ଥ ରହିବା ପାଇଁ ନିଜକୁ ଶୀତରୁ ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପାଗ ଅଧିକ ଥଣ୍ଡା ହେଲେ ଘରୁ ବାହାରକୁ ଯିବା ସମୟରେ ଉଷୁମ ପୋଷାକ ପିନ୍ଧିବା ପିନ୍ଧନ୍ତୁ । ଏହା ସହିତ ପ୍ରତିଦିନ ବ୍ୟାୟାମ ଏବଂ ଅତିକମରେ ୩୦ ମିନିଟ୍ ପାଇଁ ଶାରୀରିକ କାର୍ୟ୍ୟକଳାପ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହନ୍ତି । ଥଣ୍ଡା ଏବଂ କାଶ ଭଳି ସମସ୍ୟାକୁ ରୋକିବା ପାଇଁ ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏଥି ସହିତ ଖାଦ୍ୟରେ ଭିଟାମିନ୍ ସି ଭରପୂର ଜିନିଷ ଅନ୍ତର୍ଭୂକ୍ତ କରିବା ଅତ୍ୟନ୍ତ ଜରୁରୀ । ପ୍ରଚୁର ଫଳ ଏବଂ ପନିପରିବା ଖାଇବା ସହିତ ପର୍ୟ୍ୟାପ୍ତ ପରିମାଣର ପାଣି ପିଇବା ଅତ୍ୟନ୍ତ ଜରୁରୀ ।

Get real time updates directly on you device, subscribe now.