fbpx

ଶିରାରେ ଜମିଥିବା କୋଲେଷ୍ଟ୍ରଲକୁ ହ୍ରାସ କରେ ଏହି ଘରୋଇ ଉପାଚର, ଜାଣନ୍ତୁ ସେବନର ଉପାୟ

ଓଡ଼ିଶା ଭାସ୍କର: ଡାଇବେଟିସ ପରି କୋଲେଷ୍ଟ୍ରଲ ପାଇଁ ଅଧିକାଂଶ ଲୋକେ ଚିନ୍ତାରେ ଅଛନ୍ତି। କୋଲେଷ୍ଟ୍ରଲ ବଢିବାରେ ସବୁଠାରୁ ଅଧିକ ରୋଗର ବିପଦ ବଢିଥାଏ, ହାର୍ଟ ଆଟାକ ସେଥିରୁ ଅନ୍ୟତମ। ଏଭଳି ପରୁସ୍ଥିତିରେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର।

ଖାଲି ପେଟରେ ରଶୁଣ ଖାଆନ୍ତୁ- ରଶୁଣ ଖାଇଲେ ହାର୍ଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ। ଏଥିସହ ବ୍ଲଡ ପ୍ରେସରକୁ ମଧ୍ୟ ନର୍ମାଲ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତ୍ୟେକ ଦିନ ୩ରୁ ୪ କୋଲା ରଶୁଣ ଖାଲି ପେଟରେ ସେବନ କରନ୍ତୁ। ଯାହା ଦ୍ୱାରା କୋଲେଷ୍ଟ୍ରଲ ପରିମାଣକୁ ୯ରୁ ୮ ପ୍ରତିଶତ କମ କରାଯାଇପାରିବ।

ଅଖରୋଟ– ଅଖରୋଟ ମଧ୍ୟ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିଥାଏ। ଏହାକୁ ଖାଇବା ଦ୍ୱାରା ବ୍ଲଡ ବେସଲ୍ସ ଜମା ହୋଇଥିବା କୋଲେଷ୍ଟ୍ରଲକୁ ଧିରେ ଧିରେ ତରଳାଇବାରେ ସାହାଯ୍ୟ କରିଥାଏ।

ଓଟ୍ସ: ଓଟ୍ସ ଖାଇବା ଦ୍ୱାରା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରେ। ଏଥିରେ ଗ୍ଲୁକୋନ ନାମକ ତତ୍ତ୍ୱ ମିଳିଥାଏ। ଏହି ଗ୍ଲୁକୋନ ସଫା କରିବାର କାର୍ଯ୍ୟ କରିଥାଏ। ଲଗାତାର ଏହାକୁ ସେବନ କରିବାର ୩ ମାସରେ ଆପଣଙ୍କୁ ପ୍ରଭାବ ଦେଖିବାକୁ ମିଳିବ।

ନାଲି ପିଆଜ: ନାଲି ପିଆଜ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ଆପଣ ଏକ ଚାମଚ ଲାଲ ପିଆଜର ରସ ସହ ଏକ ଚାମଚ ମହୁ ମିଶାଇ ମାସ ଯାକ ଖାଆନ୍ତୁ। ଏପରି କରିବା ଦ୍ୱାରା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ।

ବ୍ଲାକ ଏବଂ ଗ୍ରୀନ ଟି: ବ୍ଲାକ ଏବଂ ଗ୍ରୀନ ଟିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା କୋଲେଷ୍ଟ୍ରଲ ସ୍ତରକୁ କମ କରିଥାଏ। ଗ୍ରୀନ ଟି ଏହି ମାମଲାରେ ଅଧିକ ଭଲ ହୋଇଥାଏ। ଧ୍ୟାନ ରଖନ୍ତୁ ଏଥିରେ କ୍ଷୀର ଏବଂ ଚିନି ମିଶାନ୍ତୁ ନାହିଁ।

Get real time updates directly on you device, subscribe now.