fbpx

ଏହି ଲୋକମାନେ ଭୁଲରେ ଖାଆନ୍ତୁ ନାହିଁ ଅଣ୍ଡା; ନଚେତ୍ ଯିବାକୁ ପଡିପାରେ ହସ୍ପିଟାଲ୍

ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ପ୍ରତିଦିନ ଅଣ୍ଡା ଖାଇଥାନ୍ତି। ଏଥି ସହିତ ପ୍ରୋଟିନ୍ ଏବଂ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ଅଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅଣ୍ଡା କେବଳ ପ୍ରୋଟିନର ଉତ୍ସ ନୁହେଁ ବରଂ ଖଣିଜ ପଦାର୍ଥର ଉତ୍ସ ମଧ୍ୟ ଅଟେ । ସେଥିପାଇଁ ଏହାକୁ ଖାଇବା ଦ୍ୱାରା ହାଡଗୁଡ଼ିକ ଶକ୍ତିଶାଳୀ ହୁଏ ଏବଂ ମସ୍ତିଷ୍କ ମଧ୍ୟ ତୀକ୍ଷ୍ଣ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ । କାରଣ ସେହି ଲୋକମାନେ ଅଣ୍ଡା ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ଏପରି କି ସେମାନଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କୁ ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ

ଏହି ଲୋକମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ:

କୋଲେଷ୍ଟ୍ରଲ: ଖରାପ କୋଲେଷ୍ଟ୍ରଲ ରକ୍ତ ଶିରାରେ ଜମା ହୋଇ ଏହାକୁ ଅବରୋଧ କରିଥାଏ । ଫଳରେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ ଯଦି ଆପଣ ହାଇ କୋଲେଷ୍ଟ୍ରଲ ସମସ୍ୟା ଅଛି ତେବେ ଆପଣମାନେ ଭୁଲରେ ବି ଆଣ୍ଡା ଖାଆନ୍ତୁ ନାହିଁ । କାରଣ ଅଣ୍ଡାରେ ଥିବା ହଳଦିଆ ଅଂଶରେ କୋଲେଷ୍ଟ୍ରଲ ରହିଥାଏ । ଯେଉଁ କାରଣରୁ ଆପଣ ଏହାକୁ ଖାଇବା ମାତ୍ରେ କୋଲେଷ୍ଟ୍ରଲ ବଢିବାର ଲାଗେ । ଯେଉଁଥିପାଇଁ ତୁମର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଏପରି ବ୍ୟକ୍ତି ଅଣ୍ଡା ଠାରୁ ଦୂରେଇ ରହିବା ଉଚିତ୍

ହୃଦୟ ରୋଗୀ: ଯଦି ଆପଣ ଜଣେ ହୃଦୟ ରୋଗୀ ତେବେ ଭୁଲରେ ମଧ୍ୟ ଆପଣ ଅଣ୍ଡା ଖାଆନ୍ତୁ ନାହିଁ । ଏହାର କାରଣ ହେଉଛି ଅଣ୍ଡାରେ କୋଲେଷ୍ଟ୍ରଲ ଥାଏ, ଯାହା ଶିରାରେ ରକ୍ତ ଯୋଗାଣ ବନ୍ଦ କରିବା ପାଇଁ କାମ କରିଥାଏ । ଯେଉଁ କାରଣରୁ ରକ୍ତସଞ୍ଚାଳନରେ ସମସ୍ୟା ହୋଇପାରେ । ଫଳରେ ହୃଦଘାତ ଜନିତ ସମସ୍ୟା ବୃଦ୍ଧି ପାଇଥାଏ ।

ଅପଚୟ: ଯଦି ଆପଣଙ୍କର ହଜମ ଶକ୍ତି ଦୁର୍ବଳ ଏବଂ ଟିକେ ଖାଇବା ପରେ ଛାତିରେ ଜଳାପୋଡା, ଅମ୍ଳତା ଏବଂ ଗ୍ୟାସର ସମସ୍ୟା ଅଛି, ତେବେ ଭୁଲ୍ ବି ଆପଣ ଅଣ୍ଡା ଖାଆନ୍ତୁ ନାହିଁ । କାରଣ ଅଣ୍ଡା ଖାଇବା ଦ୍ୱାରା ଏହି ସମସ୍ୟା ଆହୁରି ବଢିପାରେ । ତେଣୁ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଡାଇରିଆ:ଯଦି ଆପଣଙ୍କର ଡାଇରିଆ ହୋଇଛି , ତେବେ ଆପଣ ଭୁଲରେ ମଧ୍ୟ ଅଣ୍ଡା ଖାଆନ୍ତୁ ନାହିଁ । କାରଣ ଅଣ୍ଡାରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି ଯାହା ସେବନ କରିବା ଦ୍ୱାରା ଆପଣଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ତେଣୁ ଏପରି ପରିସ୍ଥିତିରେ ଅଣ୍ଡା ଖାଇବା ଉଚିତ୍ ନୁହେଁ ।

Get real time updates directly on you device, subscribe now.