fbpx

ଜୁଲାଇ ୧ ତାରିଖରୁ ବଦଳିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ ବ୍ୟାଙ୍କ ଖାତାରେ ବି ବଡ଼ ପରିବର୍ତ୍ତନ!

Advertisement

ନୂଆଦିଲ୍ଲୀ: ଜୁନ୍ ମାସ ସରିବାକୁ ଯାଉଛି, ଆଉ ୩ ଦିନ ପରେ ଆରମ୍ଭ ହେବ ବର୍ଷର ସପ୍ତମ ମାସ ଜୁଲାଇ । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ ପରିବର୍ତ୍ତନ ନେଇ ଆସିବ ଜୁଲାଇ ମାସ । ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ରୋଷେଇ ଘରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ପ୍ରଭାବ ପକାଇପାରେ । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ, କ୍ରେଡିଟ କାର୍ଡ ନିୟମ ଇତ୍ୟାଦିରେ ମଧ୍ୟ ପରିବର୍ତ୍ତନ କରିପାରେ । ତେବେ ଜୁଲାଇ ମାସରୁ କେଉଁ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବ?

  • LPG ମୂଲ୍ୟ: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିଥାଏ । ଜୁଲାଇ ୧ ତାରିଖରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଗତ କିଛି ମାସରେ ୧୯ କେ.ଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ପରିବର୍ତ୍ତନ କରାଯାଇଛି । କିନ୍ତୁ ୧୪ କେ.ଜି ଘରୋଇ ଗ୍ୟାସ ସିଲିଣ୍ଡର ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ରହିଛି । ତେବେ ଲୋକସଭା ନିର୍ବାଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ଏହି ମୂଲ୍ୟ ହ୍ରାସ ଦେଖିବାକୁ ମିଳିପାରେ ।
  • CNG-PNG ରେଟ୍: ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଟିଏଫ ଏବଂ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରିଥାଏ । ତେଣୁ ଜୁଲାଇ ପ୍ରଥମ ଦିନ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ଅଏଲ ମାର୍କେଟିଙ୍ଗ କମ୍ପାନୀ ।
  • Credit Card Bill Payment: କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ଜୁଲାଇ ୧ ତାରିଖରୁ ଆପଣଙ୍କୁ ମଧ୍ୟ ଏକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜୁଲାଇ ପହିଲାରୁ କ୍ରେଡିଟ କାର୍ଡ ସହ ଜଡ଼ିତ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାପରେ କିଛି ପେମେଣ୍ଟ ପ୍ଲାଟଫର୍ମ ଜରିଆରେ ବିଲ ପେମେଣ୍ଟରେ ସମସ୍ୟା ଦେଖା ଦେଇପାରେ । ଯଥା:- କ୍ରେଡ, ଫୋନ୍-ଫେ, ବିଲ୍ ଡେସ୍କ ଇତ୍ୟାଦି ।
  • Sim Card ପୋର୍ଟ ନିୟମ: ଟ୍ରାଇର ନୂଆ ନିୟମ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ କରାଯିବ । ଟେଲିକମ୍ ବିଭାଗର ପରାମର୍ଶ ଏବଂ ବିଭିନ୍ନ କମ୍ପାନୀ ସହ ଆଲୋଚନା ପରେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଥିବା କହିଛି ଟ୍ରାଇ । ଫର୍ଜି ସିମ୍ ସ୍ୱାପ୍ ବା ଠକାମୀ ପାଇଁ ସିମ୍ ବଦଳାଇବା ସହ ସମ୍ପର୍କିତ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ହେଉଥିବା ପ୍ରୟାସକୁ ରୋକିପାରିବ । ଏହାବ୍ୟତୀତ ସୁରକ୍ଷା ପାଇଁ ଆହୁରି ଏକ ନିୟମ ପରିବର୍ତ୍ତନ ହୋଇଥିବା ଟ୍ରାଇ ସୂଚନା ଦେଇଛି । ଏଣିକି ଟେଲିକମ୍ କକମ୍ପାନୀ ସିମ ପରିବର୍ତ୍ତନ କିମ୍ବା ନୂଆ ସିମ୍ କିଣିବାର ୭ ଦିନ ପୂର୍ବରୁ ‘ୟୁନିକ ପୋର୍ଟିଙ୍ଗ କୋଡ’ ଜାରି କରିପାରିବେ ନାହିଁ । ମୋବାଇଲ ନମ୍ବା ପୋର୍ଟ କରିବା ପାଇଁ ୟୁପିସି ହେଉଛି ସର୍ବପ୍ରଥମ ପର୍ୟ୍ୟାୟ ।
  • ପଞ୍ଜାବ ନେସନାଲ ବ୍ୟାଙ୍କ ଖାତା: ଜୁଲାଇ ପ୍ରଥମ ଦିନରୁ ପଞ୍ଜାବ ନେସନାଲ ବ୍ୟାଙ୍କ ଗ୍ରାହକଙ୍କୁ ମଧ୍ୟ ବଡ଼ ଝଟକା ଲାଗିପାରେ । ଗତ ୩ ବର୍ଷରେ କୌଣସି ଟ୍ରାଞ୍ଜାକ୍ସନ ହୋଇ ନଥିବା ଆକାଉଣ୍ଟ ଏବଂ ଜିରୋ ବାଲାନ୍ସ ଥିବା ଆକାଉଣ୍ଟକୁ ବନ୍ଦ କରି ଦିଆ ଯାଇପାରେ । ଜୁନ୍ ୩୦ ତାରିଖ ପରେ ଏହିସବୁ ଆକାଉଣ୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ୨୦୨୪ ମେ’ ୧, ମେ’ ୧୬, ମେ’ ୨୪ ଏବଂ ଜୁନ୍ ୧ ତାରିଖରେ ୱେବସାଇଟ ତଥା ସୋସିଆଲ ମିଡିଆ ଜରିଆରେ ନୋଟିସ ମଧ୍ୟ ଦିଆଯାଇଛି । ତେବେ ଏହି ଖାତା ବନ୍ଦ କରିବାରୁ ରକ୍ଷା ପାଇବା ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ଆକାଉଣ୍ଟକୁ ସକ୍ରିୟ କରିବାକୁ ପଡ଼ିବ ।

Get real time updates directly on you device, subscribe now.